ତୈଳ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି ପ୍ରତିବାଦରେ ଜୁଲାଇ ୩ରେ ଧାରଣା

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନବିରୋଧୀ ଆଇନ ଏବଂ ତୈଳ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ଦରଦାମ ବୃଦ୍ଧିର ପ୍ରତିବାଦରେ ଦେଶବ୍ୟାପି ମିଳିତ ଶ୍ରମିକ ସଂଗଠନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମୁକ୍ତାର ଖାଁ ସଭାପତିତ୍ୱ କରିଥିଲେ । ବୈଠକରେ ଆଗାମୀ ଜୁଲାଇ ମାସ ୩ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା ଧାରଣାରେ ଆଇ.ଏନ.ଟି.ୟୁ.ସି., ଏ.ଆଇ.ସି.ଟି.ୟୁ.ସି., ଏଚ.ଏମ.ଏସ., ସି.ଆଇ.ଟି.ୟୁ., ଏ.ଆଇ.ୟୁ.ଟି.ୟୁ.ସି., ଏ.ଆଇ.ସି.ସି.ଟି.ୟୁ., ରାଜ୍ୟ ଓ କେନ୍ଦ୍ର ସରକାରୀ , ବ୍ୟାଙ୍କ ଓ ବୀମା, ପ୍ରତିରକ୍ଷା କର୍ମଚାରୀ, ସ୍ୱାଧୀନ ଫେଡେରେସନ ଓ ଆସୋସିଏସନ ସମୁଷର କର୍ମକର୍ତ୍ତାମାନଙ୍କୁ ସାମିଲ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶ୍ରମିକ ନେତା ଫକିର ଚରଣ ଖଟୁଆ, ଉମେଶ ଚନ୍ଦ୍ର ସିଂ, କୃଷ୍ଣ ଚନ୍ଦ୍ର ରାଉତ, ବାବାଜୀ ଧଳ, ବସନ୍ତ କୁମାର ସେଠୀ, ଜଗତଜୀବନ ଦାଶ, ବିଧୁଭୂଷଣ ମହାପାତ୍ର, ରମଣୀରଞ୍ଜନ ରାଉତରାୟ, ମହେନ୍ଦ୍ର କୁମାର ପରିଡା, ଗଦାଧର ମଳିକ, ପରମେଶ୍ୱର ପାତ୍ର, ଧନେଶ୍ୱର ରାଉତ, ପ୍ରକାଶ ପରିଜା, ଅଶୋକ ଲେଙ୍କା, ପୂର୍ଣ୍ଣଚନ୍ଦ୍ର ଭଦ୍ର, ମାନସ କୁମାର ଜେନା, ଗୟାଧର ଧଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ