ଆଉ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ଜଣେ ମହିଳା ଚିହ୍ନଟ

ନାଉଗାଁ, (ଓ୍ବାଇଏନ୍ଏସ୍) : ଆଉ ୩ଜଣ କରୋନା ସଂକ୍ରମିତ ସୋମବାର ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତ ଓଷକଣା, କୋରୁଅ ଓ ଡାବର ପଂଚାୟତର ବୋଲି ଜଣାଯାଇଛି । ଏହି ୩ ଜଣ ପ୍ରବାସୀ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ । ଏମାନଙ୍କର ମଧ୍ୟରେ ଜଣେ ମହିଳା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଏହି ୩ ଜଣକୁ ମିଶାଇ ନାଉଗାଁ ବ୍ଳକରେ ୬୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୮ ଜଣ ସୁସ୍ଥ ହୋଇ ଫେରିଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରୁ ଓଷକଣା ଓ କୋରୁଅ ପଂଚାୟତରୁ ବାହାରିଥିବା କରୋନା ସଂକ୍ରମିତ ଉଭୟ ମହାରାଷ୍ଟ୍ର ଓ ତାମିଲନାଡୁ ଫେରି ରୋହିଆ ପଂଚାୟତସ୍ଥିତ ରୋହିଆ ଉଚ୍ଚ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ସେହିପରି ଡାବର ପଂଚାୟତରୁ ଚିହ୍ନଟ ହୋଇଥିବା ମହିଳା ଜଣକ ପଶ୍ଚିମବଂଗ ଫେରି ମହନାପାରୀ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ