ଶକ୍ତି, ତୈଳ ଓ ଗ୍ୟାସ ଉତ୍ତୋଳନ ପ୍ରଳଳ୍ପ ନିମନ୍ତେ ଏନଓସି ଅନଲାଇନ ପୋର୍ଟାଲ ଉଦ୍ଘାଟନ କଲେ ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ନାଏକଙ୍କ ଉପସ୍ଥିତିରେ ଆଜି ଭାରତ ଭୂଖଣ୍ଡ ଓ ଜଳସୀମା ଏବଂ ସଂପୂର୍ଣ୍ଣ ଆର୍ଥିକ ଜୋନ ମଧ୍ୟରେ ତୈଳ ପ୍ରକଳ୍ପର ସର୍ଭେ, ଗବେଷଣା ଓ ଉତ୍ତୋଳନ ପାଇଁ ଉଦ୍ଦିଷ୍ଟ ଏନଓସି ଜାରି କରିବା ଲାଗି ଏକ ୱେବ ପୋର୍ଟାଲ ଉଦ୍ଘାଟନ କରିଛନ୍ତି । ଭାରତୀୟ ଭୂଖଣ୍ଡ ଓ ସଂପୂର୍ଣ୍ଣ ଆର୍ଥିକ ଅଞ୍ଚଳ ମଧ୍ୟରେ ଶକ୍ତି, ସୌରଶକ୍ତି, ପବନଶକ୍ତି ଇତ୍ୟାଦି ପ୍ରକଳ୍ପଗୁଡିକ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରଣାଳୟ ନିରାପତ୍ତା ଜନିତ ଅନୁମତି ପ୍ରଦାନ କରିଥାଏ । ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ, ଶକ୍ତି, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଜାହାଜ ଚଳାଚଳ ମନ୍ତ୍ରଣାଳୟ ଓ ହାଇଡ୍ରୋକାର୍ବନ ମହାନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଥିବା ଆବେଦନର ବିଚାର କରି ଏହି ଏନଓସି ପ୍ରଦାନ କରାଯାଇଥାଏ । ଏହି ଏନଓସି ଜାରି କରିବାରେ ସ୍ଵଚ୍ଛତା ରକ୍ଷା କରିବା ପାଇଁ ମନ୍ତ୍ରଣାଳୟ ଅନଲାଇନ ଆପ୍ଲିକେସନ ପୋର୍ଟାଲର ବିକାଶ କରିଛି । ନେସନାଲ ଇ-ଗଭର୍ଣ୍ଣାଂଶ ଡିଭିଜନ (ଏନଇଜିଡି), ଭାସ୍କରାଚାର୍ଯ୍ୟ ଇନଷ୍ଟିଚ୍ୟୁଟ ଫର ସ୍ପେସ ଆପ୍ଲିକେସନ ଏଣ୍ଡ ଜିଓ ଇନଫରମାଟିକ୍ସ ଏବଂ ଜାତୀୟ ଇନଫରମାଟିକ ସେଣ୍ଟର (ଏନଆଇସି)ର ମିଳିତ ସହଯୋଗରେ ଏହି ନୂତନ ପୋର୍ଟାଲ ବିକଶିତ ହୋଇଛି । ଏହି ନୂତନ ଅନଲାଇ ପୋର୍ଟାଲର ଠିକଣା https://ncog.gov.in/modnoc/home.html । ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ନୂତନ ୱେବପୋର୍ଟାଲ ଯୋଗୁଁ ଆବେଦନକାରୀମାନେ ମନ୍ତ୍ରଣାଳୟଠାରୁ ନିରାପତ୍ତା ପ୍ରମାଣପତ୍ର ପାଇବା ପାଇଁ ଅନଲାଇନ ଜରିଆରେ ଆବେଦନ କରିପାରିବେ । ଅନଲାଇନ ପଦ୍ଧତି ଅଧିକ ସକ୍ରିୟ ହେବା ସହ ଶୀଘ୍ର ଓ ସ୍ଵଚ୍ଛତା ରକ୍ଷା ପୂର୍ବକ ଆବେଦନକାରୀଙ୍କ ପ୍ରସ୍ତାବଗୁଡିକୁ ବିଚାର କରିପାରିବ । ପୂର୍ବରୁ ନଭମଣ୍ଡଳୀୟ ସର୍ଭେ ପାଇଁ ମନ୍ତ୍ରଣାଳୟ ଏହିଭଳି ଏକ ପୋର୍ଟାଲ ପ୍ରସ୍ତୁତ କରିଥିଲା । ପ୍ରତିରକ୍ଷା ମୁଖ୍ୟ ତଥା ସାମରିକ ବ୍ୟାପାର ବିଭାଗ ସଚିବ ଜେନେରାଲ ବିପିନ ରାୱତ, ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଏମ ଏମ ନରବଣେ, ନୌସେନାଧ୍ୟକ୍ଷ ଆଡମିରାଲ କରମବିର ସିଂ, ବାୟୁସେନାଧ୍ୟକ୍ଷ ଏୟାରଚିଫ ମାର୍ଶଲ ଆର କେ ଏସ ଭଦୌରିଆ ଏବଂ ପ୍ରତିରକ୍ଷା ସଚିବ ଡଃ ଅଜୟ କୁମାର ତଥା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସ ଜରିଆରେ ଏହି ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ