ଗଞ୍ଜାମ ଜିଲ୍ଲା ୧୪ ଘଣ୍ଟିଆ ସଟ୍ଡାଉନ ଘୋଷଣା କଲେ ଜିଲ୍ଲାପାଳ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ଣ ୪ଟା ଯାଏ ଖୋଲିବ ଦୋକାନ, ଅପରାହ୍ଣ ୪ଟାରୁ ପରଦିନ ସକାଳ ୬ଟା ଯାଏ ପୂରା ଜିଲ୍ଲା ସଟ୍ଡାଉନ୍, ସଟ୍ଡାଉନ ବେଳେ ସବୁ ପ୍ରକାରର ଗାଡ଼ିଚଳାଚଳ ଉପରେ କଟକଣା ରାସ୍ତା କଡ଼ରେ ସମସ୍ତ ପ୍ରକାର ଖାଦ୍ୟ ବିକ୍ରି ନିଷେଧ କଲେ ଜିଲ୍ଲାପାଳ, ରେସ୍ତୋରାଁଗୁଡ଼ିକ କେବଳ ହୋମ୍ ଡେଲିଭରି ଦେଇପାରିବେ, ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ସର୍ବସାଧାରଣ ପରିବହନ ଯାନ ମନା, ଜୁଲାଇ ୧୦ ଯାଏ ସର୍ବସାଧାରଣଙ୍କ ପାଇଁ ସବୁ ସରକାରୀ ଅଫିସ ମନା ସାମାଜିକ ଦୂରତା ନ ରଖିଲେ ୭ ଦିନ ଦୋକାନ ବନ୍ଦ, ହଜାରେ ଟଙ୍କା ତଣ୍ଡ, ତାପରେ ବି ନସୁଧୁରିଲେ ଏତଲା ହେବ, ମାସେ ଦୋକାନ ବନ୍ଦ କରାଯିବ ପ୍ରତି ଶନିବାର ରବିବାର ସଟ୍ଡାଉନ ଜାରି ରହିବ


