ଭାରତ ଚୀନ୍ ସୀମା ବିବାଦ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଇଣ୍ଡିଆନ୍ ସିଟିଜେନ୍‌ସ୍ ପାର୍ଟିର ନିସର୍ତ୍ତ ସମର୍ଥନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଭାରତ-ଚୀନ୍ ଏଲ୍‌.ଏ.ସିରେ ଚୀନ୍ ସୈନ୍ୟମାନଙ୍କର ଭୀରୁ ଓ କାପୁରୁଷତା ଆକ୍ରମଣକୁ ଇଣ୍ଡିଆନ୍ ସିଟିଜେନ୍‌ସ ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।ପାର୍ଟିର ସଭାପତି ଶ୍ରୀ ରମେଶ ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ୧୯୬୨ ମସିହାରେ ଚୀନ୍ ଜବରଦଖଲ କରିଥିବା ପ୍ରାୟ ୩୫୦୦ ବର୍ଗ କିଲୋମିଟର ଅଞ୍ଚଳ ଏବଂ ଏବେ ଭାରତର ସୀମା ଭିତରକୁ ଗଲୱାନ ଘାଟି ପର୍ଯ୍ୟନ୍ତ ପଶି ଆସିଥିବା ଅଞ୍ଚଳକୁ ଏବଂ ପିଓକେକୁ ଫେରାଇ ଆଣିବାକୁ ଇଣ୍ଡିଆନ୍ ସିଟିଜେନ୍‌ସ ପାର୍ଟି ପକ୍ଷରୁ କେନ୍ଦ୍ରର ବିଜେପି ସରକାରକୁ ପୂର୍ଣ୍ଣ ନିସର୍ତ୍ତ ସମର୍ଥନ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ