ସାମାଜିକ ଦୂରତା ରଖି ପାଳନ ହେଲା ବନମହୋତ୍ସବ

ବୁଗୁଡା, (ଅନିଲ କୁମାର ମହାରଣା) : ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ ପକ୍ଷରୁ ଜୁଲାଇ ଏକ ତାରିଖ ଦିନ ବନମହୋତ୍ସବ ପାଳନ ହୋଇଯାଇଛି। ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହାରଙ୍କ ତତ୍ତ୍ୱାବଧାନରେ ବୁଗୁଡ଼ାରେ ବନମହୋତ୍ସବ କାର୍ଯ୍ୟକ୍ରମ ସାମାଜିକ ଦୂରତା ବଜାୟ ରଖି ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ବୁଗୁଡା ବନାଞ୍ଚଳର ୧୫ ଗୋଟି ଚାରା ଉତ୍ପାଦନ କେନ୍ଦ୍ରରେ ୩ ଲକ୍ଷ ୫୦ ହଜାର ଚାରା ଥିବାବେଳେ ଏହି ସବୁ ଚାରା ରାସ୍ତାକଡ ବନୀକରଣ ଓ ଗ୍ରାମ୍ୟ ଜଙ୍ଗଲରେ ରୋପଣ ହେବା ସହ ବିଦ୍ୟାଳୟ, ପଞ୍ଚାୟତ, ସରକାରୀ ଅନୁଷ୍ଠାନ ଗୁଡିକୁ ମାଗଣାରେ ଚାରା ଯୋଗାଇବା ପାଇଁ ସ୍ଥିର ହୋଇଥିବା ବେଳେ ସାଧାରଣ ଲୋକଙ୍କୁ ଚାରା ପିଛା ଏକ ଟଙ୍କା ହିସାବରେ ବିକ୍ରି କରାଯିବ ବୋଲି ରେଞ୍ଜର ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଆଜିର ଏହି ବନମହୋତ୍ସବ କାର୍ଯ୍ୟକ୍ରମରେ ବୁଗୁଡା ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀ, ପାରାଫରେଷ୍ଟର କର୍ମଚାରୀ, ବିଭିନ୍ନ ବନ ସଂରକ୍ଷଣ ସମିତି ସଦସ୍ୟ ସଦସ୍ୟା ବୃନ୍ଦ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ