ବିଶ୍ୱର ସବୁଠୁ ଲମ୍ବା ମୋଟରସାଇକେଲ
ଟେକ୍ନିକ୍ ଅନୁସାରେ ପ୍ରତ୍ୟେକ ମୋଟର ସାଇକେଲକୁ ଏକ ନିର୍ଦ୍ଦିଷ୍ଟ ଲମ୍ବା କରାଯାଇଛି । କିନ୍ତୁ ରେକର୍ଡ ବନାଇବା ପାଇଁ ଲୋକମାନେ କେତେ କ’ଣ କରିଥାନ୍ତି । ଏଭଳି ଏକ କାମ କରିଛନ୍ତି ଜଣେ ଭାରତୀୟ ଯୁବକ । ଏହି ଯୁବକ ଜଣଙ୍କ ଏକ ଲମ୍ବା ମୋଟର ସାଇକେଲ ତିଆରି କରିଛନ୍ତି । ଯାହାର ଲମ୍ବା ବସ୍ଠାରୁ ବି ଅଧିକ । ଏଭଳି ଏକ ମୋଟରସାଇକେଲ ବନାଇ ସେ ରେକର୍ଡ ବନାଇପାରିଛନ୍ତି । ଗୁଜୁରାଟରେ ରହୁଥିବା ଏହି ଯୁବକଙ୍କ ନାମ ଭରତ ସିଂହ ପରମାର । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମୋଟର ସାଇକେଲର ଲମ୍ବା ୨୬.୨୯ ମିଟର ଅର୍ଥାତ ୮୬ ଫୁଟ ୩ ଇଞ୍ଚ ଲମ୍ବା । ତାଙ୍କର ପ୍ରଶଂସକମାନଙ୍କ ମଧ୍ୟରୁ ଝିଅଙ୍କ ସଂଖ୍ୟା ଅଧିକ । ତାଙ୍କୁ ତାଙ୍କର କାମ ପାଇଁ ବହୁତ ପୁରସ୍କାର ବି ମିଳିସାରିଛି ।


