ଆକାଶରେ ଏୟାରପୋର୍ଟ

ଟେକ୍ନୋଲୋଜି ମାମଲାରେ ଚୀନକୁ କେହି ମୁକାବିଲା କରିପାରିବେନି । କାରଣ ପ୍ରତ୍ୟେକ ଅସମ୍ଭବ କାମକୁ କେବଳ ଚୀନ୍ ହିଁ କରିପାରେ । ଯାହାକି ତା’ଠାରୁ ଶିକ୍ଷା କରାଯିବା ଉଚିତ । କୌଣସି ଗଗନଶ୍ଚୁମ୍ଭୀ ପାହାଡ଼କୁ କାଟି ରାସ୍ତା ତିଆରି କରିବା କ୍ଷେତ୍ରରେ ହେଉ ବା ମହାସାଗରର ଅତଳ ଗର୍ଭରେ ସେନାବେସ୍ ତିଆରି କରିବା କଥାରେ ହେଉ ବା ବିଶ୍ୱର ସବୁଠୁ ଦୀର୍ଘତମ ପୋଲ ତିଆରି କଥା ହେଉ, ସବୁଥିରେ ଚୀନ୍ ରହିଛି ଆଗରେ । କାରଣ ଚୀନ୍ ଦୁନିଆର ଏମିତି ଏକ ଦେଶ, ଯିଏକି ପ୍ରତି କ୍ଷେତ୍ରରେ ନୂଆ ନୂଆ ସଫଳତା ହାସଲ କରିଚାଲିଛି । ଏହି କାରଣରୁ ଚୀନ୍ ଏବେ ଆଉ ଏକ ନୂଆ ଯୋଜନାରେ ଲାଗିଛି, ଯାହା ହେଉଛି ଆକାଶରେ ଏୟାରପୋର୍ଟ । ଖୁବ୍ ଶୀଘ୍ର ଆକାଶରେ ଏୟାରପୋର୍ଟ ତିଆରି କରିବା ଲାଗି ଚୀନ୍ର ବୈଜ୍ଞାନିକମାନେ ଲାଗିପଡ଼ିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ