ପାବନ ଶ୍ରୀକ୍ଷେତ୍ରରେ ବାହୁଡ଼ାଯାତ୍ରା ବିଧି ପାଳନ

ହିଞ୍ଜିଳିକାଟୁ, ୧ା୭ (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତି ବଳଭଦ୍ର, ଜଗନ୍ନାଥ, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ବାହୁଡ଼ାଯାତ୍ରା ବିଧି ବିଧାନ, ବିନା ଭକ୍ତଙ୍କ ଗହଣରେ କେବଳ ପୂଜକ, ସେବାୟତ ମାନଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବର୍ତମାନ ଗୋଷ୍ଠୀ ସଂକ୍ରମଣ ଭାବେ ବ୍ୟାପିବା ଯୋଗୁଁ ଏହାକୁ ପ୍ରତିହିତ କରିବା ପାଇଁ ଏବଂ ପ୍ରଶାସନିକ କଟକଣା ଯୋଗୁଁ ସ୍ଥାନୀୟ ପୌରାଂଚଳର ଜାତୀୟ ରାଜପଥ, ତରାତାରିଣୀ ରାସ୍ତାକୁ କଂଟେନମେଂଟ ଓ ପୌରାଂଚଳର ଅବଶିଷ୍ଟ ୱାର୍ଡ଼କୁ ବଫରଜୋନ ଭାବେ ଘୋଷଣା କରାଯାଇଛି ଏବଂ ସ୍ଥାନୀୟ ପୌରାଂଚଳର ବିଭିନ୍ନ ସାହି ବସ୍ତିର ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି । ଯାହା ପଳରେ ସାରା ସହର ଖାଁ ଖାଁ ଲାଗୁଛି । ଏହି ପରିପ୍ରେକ୍ଷୀରେ ମହାପ୍ରଭୁ ମାନଙ୍କ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଭଳି ସ୍ଥାନୀୟ ପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ହିଁ ବାହୁଡ଼ାଯାତ୍ରା ବିଧି ପାଳନ କରାଯାଇଛି । ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡା ବୁଧବାର ଭୋର ୪ଟାରୁ ମହାପ୍ରଭୁ ମାନଙ୍କ ନିତ୍ୟାନି ନୀତି ସମ୍ପର୍ଣ୍ଣ କରିଥିଲେ । ମନ୍ଦିର ଭୋଗ ମଣ୍ଡପରେ କରାଯାଇଥିବା ଅସ୍ଥାୟୀ ଆଡ଼ପ ମଣ୍ଡପରେ ଶ୍ରୀ ଜୀଉ ମାନଙ୍କ ମଙ୍ଗଳ ଆରତି, ଅବକାଶ, ବଲ୍ଲଭଭୋଗ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ରୋଷହୋମ ଆଦି କରାଯାଇଥିଲା । ପରେ ମନ୍ଦିର ଜଗମୋହନରେ ପଂଚମୁରୁଜରେ ଅଙ୍କିତ ରଥାକୃତି ବିଶାଳ ଚିତାକୁ ପଂଚାମୃତ ସିଂଚନ କରାଯାଇ ମନ୍ତ୍ରପୂତ କରାଯାଇଥିଲା । ମଙ୍ଗଳାରୋପଣ ପରେ ମହାପ୍ରଭୁ ମାନଙ୍କୁ ପହଣ୍ଡି କରାଯାଇ ରଥଚିତା ଆସ୍ଥାନରେ ବିଜେ କରାଯାଇଥିଲା । ମନ୍ଦିରର ସେବାଧିପତିଙ୍କ ଉଆସରୁ ମହାପ୍ରଭୁଙ୍କ ନିମନ୍ତେ ମାଉସୀ’ମା ପୂଜା ସମ୍ଭାର ତିନି ଥାଳି ପାଚିଲା ଫଳ ସମେତ ପ୍ରଭୁଙ୍କ ପ୍ରିୟ ଛେନା ପୋଡ଼ପିଠା, ଏକଥାଳି ନୈବେଦ୍ୟ କରାଯାଇଥିଲା । ବିଧି ବିଧାନ ପାଳନରେ ମନ୍ଦିର ପୂଜା ସେବାୟତ ସରୋଜ ନନ୍ଦ, ଉମାଶଙ୍କର ପଣ୍ଡା, ପଦ୍ମନାଥ ରଥ, ଦଇତାପତି ସେବକ ମନମୋହନ ଦାଶ, ଜଗନ୍ନାଥ ସାହୁ, ମନୋଜ ପାଢି, ଅଶୋକ ସାମନ୍ତରା, ଯୁଗଳ କିଶୋର ପଣ୍ଡା, ସୁବାଷ ସାହୁ, ବିଶୁ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବୁଧବାର ରାତି ୯ଟାରେ ମହାପ୍ରଭୁ ମାନଙ୍କୁ ମୁରାୁଜ ଚିତ୍ରାଙ୍କିତ ରଥରୁ ରତ୍ନ ସିଂହାସନକୁ ବିଜେ କରିବେ ବୋଲି ପ୍ରଶାସନ ସେବକ ନିର୍ମଳ ମିଶ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ