ଗ୍ରୀନ ରିଭ୍ୟୁଲିସନ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଦିଗପହଣ୍ଡି,(ୱାଇଏନ୍‌ଏସ୍‌): ଦିଗପହଣ୍ଡି ସ୍ଥିତ ଗ୍ରୀନ ରିଭ୍ୟୁଲିସନ୍ କ୍ଳବ୍ ପକ୍ଷରୁ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ ଟା ରେ ସ୍ଥାନୀୟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ୱର ଶୈବପୀଠ ପରିସରରେ ବିଭିନ୍ନ କିସମର ଆମ୍ବ ସମେତ ପଣସ,ଡାଳିମ୍ବ,ନଡ଼ିଆ ପ୍ରଭୃତି ବୃକ୍ଷ ଚାରା ରୋପଣ କରାଯାଇଥିଲା। ଶୈବପୀଠ ପରିଚାଳନା କମିଟି ସଭ୍ୟ ମାନଙ୍କ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ କୁଶପଡ଼ା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଏସ. ଗାନ୍ଧୀ ଦୋରା, ଖେମୁଣ୍ଡି ଓକିଲ ସଂଘ ସମ୍ପାଦକ ଅଶେଷ ନାଥ ମିଶ୍ର, କ୍ଲବ୍ କାର୍ଯ୍ୟକର୍ତ୍ତା ତପନ କୁମାର ମିଶ୍ର,ବସନ୍ତ କୁମାର ପଟ୍ଟନାୟକ,କୁରେଶୁ ପଣ୍ଡା,ଅମ୍ବିକା ପ୍ରସାଦ ସେଠୀ,ପ୍ରଦୀପ କୁମାର ପଣ୍ଡା,ରବୀନ୍ଦ୍ର କୁମାର ମାର୍ଥା,ଶଙ୍କର ପାଢ଼ୀ ଙ୍କ ସମେତ ବହୁସଂଖ୍ୟକ ସାମାଜିକ କର୍ମୀ,ମନ୍ଦିର ପରିଚାଳନା କମିଟି ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ।କୋଭିଡ – ୧୯ ଭଳି ମହାମାରୀ ମାନବ ସମାଜକୁ ଚ୍ୟାଲେଞ୍ଜ ସୃଷ୍ଟି କରିବା ସହ ଏହାର ଭୟାବହତା ସାରା ବିଶ୍ବକୁ ଦୋହଲାଇ ଦେଇଥିବା ବେଳେ ସମୁଦାୟ ଜୀବ ଜଗତର ସ୍ଥିତି ବିପନ୍ନ ଆଡ଼କୁ ଗତି କରୁଛି। ପରିବେଶର ସନ୍ତୁଳନ ପାଇଁ ବ୍ୟାପକ ବୃକ୍ଷ ରୋପଣ ସାଙ୍ଗକୁ ଜୈବ ବିବିଧତା ର ସଂରକ୍ଷଣ ଏକାନ୍ତ ଆବଶ୍ୟକ। ବାୟୁ ମଣ୍ଡଳରେ ତାପମାତ୍ରା କ୍ରମଶଃ ବୃଦ୍ଧି,ବ୍ୟାପକ ପ୍ରଦୂଷଣ,ଅନିୟମିତ ବୃଷ୍ଟିପାତ,ବନ୍ୟା,ମରୁଡି,ବାତ୍ୟା ଯୋଗୁଁ ବହୁ ଜୀବ , କୀଟ ,ପତଙ୍ଗ ଗୁଡ଼ିକର ବିଲୋପ ଘଟି ଚାଲିଛି। ଏନେଇ ପ୍ରକୃତି ଓ ପରିବେଶ ର ସୁରକ୍ଷା କରିବା ସହିତ ସମସ୍ତ ଜୀବ ଜଗତକୁ ସୁରକ୍ଷିତ କରିବା ପାଇଁ ବ୍ୟାପକ ବୃକ୍ଷ ରୋପଣ ର ଆବଶ୍ୟକତା ରହିଥିବା ନେଇ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କ୍ଲବ କାର୍ଯ୍ୟକର୍ତ୍ତା ବୃନ୍ଦ ମତପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ