ନିୟମ ଉଲଘଂନ କରୁଥିବା ଦୋକାନୀ ମାନଙ୍କ ଠାରୁ ଜୋରିମିନା ଆଦାୟ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ଆଖ ପାଖ ବଜାରରେ ପ୍ରବଳ ଭିଡ ଲାଗୁ ଥିବା ଦେଖିବାକୁ ମିଳୁଛି । ରଙ୍ଗେଈଲୁଣ୍ଡା ବିଡ଼ିଓ ,କନିସି ତହସିଲଦାର, ଅଡିସନାଲ ତହସିଲଦାର କରନା ରେ ଆକ୍ରାନ୍ତ ହେବା ପରେ ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକଙ୍କ ଦାଇତ୍ୱ ବଢିଯାଇଥିବା ଦେଖିବାକୁ ମିଳିଛି ।ନିଜେ ହଳଦିଆପଦର,କନିସି, ରଣ୍ଢା, ଗୋଳନ୍ଥରା, ସୁରଳ ବଜାର ଜନ ଗହଳି ରହୁଥିବାରୁ କରୋନା ନିୟମ ଉଲଘଂନ କରୁଥିବା ଦୋକାନୀ ମାନଙ୍କ ଠାରୁ ଜୋରିମିନା ଆଦାୟ କରୁଥିବା ବେଳେ, ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଚେତାବନୀ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏଏସଆଇ ପ୍ରକାଶ ଚନ୍ଦ୍ର ଦାଶ, ହାବିଲଦାର ବିଶ୍ଵ ରଞ୍ଜନ ଦାଶ ସହଯୋଗ କରିଥିଲେ ।