ଜନତା ଉଚ୍ଚ ବିଦ୍ୟାଳୟରେ ନିଶା ନିବାରାଣ ସଚେତନତା ଶିବିର ଅନୁଷ୍ଠିତ
ବାଲେଶ୍ୱର,ଯୁଗାବ୍ଦ ନ୍ୟୁଜ୍): ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)’, ବାଲେଶ୍ୱର ଶାଖା ପକ୍ଷରୁ ଆଇନ୍ଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ନିଶା ନିବାରଣ ସଚେତନତା ଶିବିର ‘ଜନତା ଉଚ୍ଚ ବିଦ୍ୟାଳୟ, କୁରୁଡା’ ଠାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦିକା ମମତା ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ପରେ ମୋନାର ଉପଦେଷ୍ଟା ସୁବ୍ରତ କର ଛାତ୍ରଛାତ୍ରୀମାନଙ୍କୁ ନିିଶାର ଆଭିମୁଖ୍ୟ ଓ ଅପକାରିତା ସମ୍ବନ୍ଧରେ ବୁଝାଇଥିଲେ । ମୁଖ୍ୟଅତିଥି ଡ. ରବିନାରାୟଣ ପଣ୍ଡା, ଅଧ୍ୟକ୍ଷ, ବାଲେଶ୍ୱର ଲ’କଲେଜ ଯୋଗଦେଇ ଭାରତରେ ଘଟୁଥିବା ପ୍ରାୟ ୮୦% ସଡ଼କ ଦୁର୍ଘଟଣା ନିଶାସକ୍ତ ଲୋକଙ୍କ ପାଇଁ ହେଉଛି ଓ ସେଥିପାଇଁ ପ୍ରତି ୯୬ ମିନିଟ୍ରେ ଜଣଙ୍କର ମୃତ୍ୟୁ ଘଟୁଛି ବୋଲି ମତବ୍ୟକ୍ତ କରିଥିଲେ । ଅପରାରଧ ମୂଳରେ ନିଶା ହିଁ ଦାୟୀ ବୋଲି ଅଭିବ୍ୟକ୍ତ କରି ସମାଜକୁ ନିଶାମୁକ୍ତ କରିବା ପାଇଁ ଅଙ୍ଗୀକାରବଦ୍ଧ ହେବାକୁ ଡ. ପଣ୍ଡା ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାଗିରଥି ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ସଚେତନତା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଡ. କ୍ଷିତୀଶ୍ୱର ଦାଶ (କୋଷାଧ୍ୟକ୍ଷ),ସ୍କୁଲ ପରିଚାଳନା ଓ ବିକାଶ କମିଟି ସଦସ୍ୟ କାର୍ତିକ ଚନ୍ଦ୍ର ଗିରି, କୁରୁଡ଼ା ଅଂଚଳର ସମାଜସେବୀ ଓ ମୋନାର ସଦସ୍ୟ ଜଳଧର ପଣ୍ଡା, ସାବିତ୍ରୀ ଜେନା, ଭାସ୍କରଚନ୍ଦ୍ର ପଣ୍ଡା, ରବୀନ୍ଦ୍ର କୁମାର ମହାନ୍ତିି, ମୋନାର ଉପ-ସଭାପତି କୁମୁନ୍ଦରଞ୍ଜନ ଗିରି, ସୀତାନାଥ ଦାସ, ସଦସ୍ୟ ତ୍ରିଦିବ ନାୟକ, ହେମଲତା ଦାସ, ପ୍ରଣିତା ମିଶ୍ର, ଗୀତାଞ୍ଜଳି ସିଂହ ଓ ପୂର୍ଣ୍ଣଚନ୍ଦ୍ର୍ର ବେହେରାଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଲିପିମୁଦ୍ରା ରାୟ, ଇନ୍ଦ୍ରାଣୀ ଦତ, ଅଙ୍କିତା ପତି ଓ ଆଦିତ୍ୟ ରଞ୍ଜନ ସାମଲ ନିଶା ବିରୋଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୋନାର ଉପସଭାପତି ଡ. କେଶବ ଚରଣ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ନିଶା ବିରୋଧରେ ଶପଥ ପାଠ କରାଇଥିବା ବେଳେ ପ୍ରଫୁଲ୍ଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପାଠକମାନେ ଗତକାଲି ମୋନାର ‘ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସଚେତନତା ଶିବିର’ ଶୀର୍ଷକ ସମ୍ବାଦରେ ‘ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବାସନ୍ତୀ ଦେଈ’ ଭାବେ ପଢ଼ିବାକୁ ଅନୁରୋଧ ।