ସଦାନନ୍ଦଜୀଙ୍କ ସ୍ମୃତି ସଭା

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ସହରସ୍ଥିତ ଗୋପାଳଗାଁଟାରେ ପୂର୍ଣ୍ଣଚନ୍ଦ୍ର ବିବେକାନନ୍ଦ ଶିଶୁ ମନ୍ଦିର ବିଦ୍ୟାଳୟ ପ୍ରାଙ୍ଗଣରେ ରାଷ୍ଟ୍ରଭକ୍ତ ପୂର୍ବତନ ଆର.ଏସ.ଏସ ପ୍ରଭାରୀ, ସମାଜସେବୀ ତଥା ସାମ୍ବାଦିକ ସ୍ୱର୍ଗତ ସଦାନନ୍ଦଜୀଙ୍କ ସ୍ମୃତି ସଭା ସଦାନନ୍ଦଜୀ ଏଜୁକେସନ୍ ଫାଉଣ୍ଡେସନ୍ର ସଭାପତି ତଥା ଆଇନଜୀବୀ ତପନ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସ୍ମୃତି ସଭାରେ ଆର.ଏସ.ଏସର ଅଶ୍ୱନୀ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ରାଷ୍ଟ୍ରଭକ୍ତ ସ୍ୱର୍ଗତ ସଦାନନ୍ଦଜୀଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରି ସଦାନନ୍ଦଜୀଙ୍କର କାର୍ଯ୍ୟଶୈଳୀ ଓ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ସୁଦୂର ମହାରାଷ୍ଟ୍ରରୁ ସଦାନନ୍ଦଜୀ ଯୁବକ କାଳରୁ ଓଡିଶା ପ୍ରଦେଶକୁ ଆସି ଆର.ଏସ.ଏସର ଦାୟିତ୍ୱ ବହନ କରି ଅନେକ କର୍ମୀମାନଙ୍କୁ ଉଚ୍ଚ ପଦବୀ ଅଳଙ୍କୃତ ପାଇଁ ପ୍ରେରଣା ଦେଇ ପାରିଛନ୍ତି । ଏହି ସଭାରେ ଉକ୍ରଳ ଶିକ୍ଷା ପରିଷଦର ସମ୍ପାଦକ ଯୋଗେନ୍ଦ୍ର ଦାଶ ଯୋଗଦାନ କରି ସଦାନନ୍ଦଜୀଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧ ଜ୍ଞାନରେ ଦୀକ୍ଷିତ ହୋଇ ମେଧାବୀ ଛାତ୍ର ପ୍ରତିଭାର ଅଧିକାରୀ ହୋଇ ପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସଦାନନ୍ଦଜୀ ଏଜୁକେସନ୍ ଫାଉଣ୍ଡେସନର ସଦସ୍ୟ ଅମୂଲ୍ୟ ସେଠୀ, ସରୋଜ ବାରିକ, ପୂର୍ଣ୍ଣଚନ୍ଦ୍ର ବେହେରା, ଶୁରେଶ ଚନ୍ଦ୍ର ଋଣା, ସୀତାରାମ ପ୍ରଧାନ, ଯାଦବେଶ ମିଶ୍ର, ଗୟାଧର କର, ସମାଜସେବୀ ତଥା ଆଇନଜିବୀ ଜ୍ଞାନାନନ୍ଦ ମିଶ୍ର, ନୋଟାରୀ ତ୍ରୟନାଥ ବାଗ୍, କାର୍ତ୍ତିକ ଚନ୍ଦ୍ର ମହାପାତ୍ର, ସୁବାଷ ମାସନ୍ତ, ତ୍ରିଲୋଚନ ପ୍ରଧାନ ଯୋଗ ଦେଇ ସ୍ୱର୍ଗତ ସଦାନ୍ଦଜୀଙ୍କର ଜୀବନ ଦର୍ଶନାବଳୀ ଉପରେ ଆଲୋକପାତ କରିଥିଲେ । ଆଶିଷ ବାନାର୍ଜୀ, ପୂର୍ଣ୍ଣଚନ୍ଦ୍ର ବେହେରା କା୧ର୍୍ୟକ୍ରମ ପରିଚାଳନା କରିଥିଲା ବେଳେ ସାମ୍ବାଦିକ ତଥା ଆଇନଜୀବୀ ଗୟାଧର କର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ