୭୧’ତମ ବନ ମହୋତ୍ସବ ପାଳିତ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ବନାଞ୍ଚଳ ପକ୍ଷରୁ ବିଭିନ୍ନ ସ୍ଥାନରେ ୭୧’ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ବୁଧବାର ଦିନ ତିରିଂ ବ୍ଲକ୍ ଅନ୍ତର୍ଗତ ନାରାନପୁର ଗ୍ରାମରେ ନାରାନପୁର ବନ ସୂରକ୍ଷା ସମିତି ପକ୍ଷରୁ ବହଳଦା ବନାଞ୍ଚଳ ସୌଜନ୍ୟରେ ୭୧’ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ଏଠାରେ ମୂଖ୍ୟ ଅତିଥି ଭାବେ ତିରିଂ ବ୍ଲକର ୨୧`ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା ଯୋଗ ଦେଇଥିଲାବେଳେ ସମ୍ମାନୀୟ ଅତିଥି ଭାବେ ପୂର୍ବତନ ସମିତି ସଭ୍ୟ ଶ୍ରୀ ଅନଜ ଗୁପ୍ତା ଯୋଗଦେଇ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରିଥିଲେ।ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ବନ ବିଭାଗ ପକ୍ଷରୁ ବହଳଦା ବନାଞ୍ଚଳ ଅଧିକାରୀ ରେଞ୍ଜର ରବିନ୍ଦ୍ରନାଥ ମହାନ୍ତ,ଫରେଷ୍ଟର ଜିତେନ୍ଦ୍ର ବେହେରା,ତିରିଂ ବିଟ୍ ଫରେଷ୍ଟର ମେନକା ନାଏକ,ବହଳଦା ବନାଞ୍ଚଳ ସଂଯୋଜକ ଗୋବିନ୍ଦ ମାଝୀ,ନାରାନପୁର ବନ ସୂରକ୍ଷା ସମିତି ସଭାପତି କାଳିଚରଣ ମାର୍ଣ୍ଡି ପ୍ରମୁଖ ବନସୂରକ୍ଷା ସମିତି ସଦସ୍ୟ’ଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ରହିଥିଲେ।ସେହିପରି ଆଜି ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ଜଲ୍ହୋବନୀ ଗ୍ରାମ ଠାରେ ପାନ୍ଧଳା ବନ ସୂରକ୍ଷା ସମିତି ପକ୍ଷରୁ ବହଳଦା ବନାଞ୍ଚଳ ଅଧିକାରୀ ରେଞ୍ଜର ରବିନ୍ଦ୍ରନାଥ ମହାନ୍ତ,ଫରେଷ୍ଟର ଜିତେନ୍ଦ୍ର ବେହେରା,ତିରିଂ ବିଟ୍ ଫରେଷ୍ଟର ମେନକା ନାଏକ ଓ ସଂଯୋଜକ ଗୋବିନ୍ଦ ମାଝି’ଙ୍କ ଉପସ୍ଥିତିରେ ମୂଖ୍ୟ ଅତିଥି ଭାବେ ତିରିଂ’ବ୍ଲକ ପୂର୍ବତନ ଅଧ୍ୟକ୍ଷ କୁଶଧ୍ବଜ ଗିରି,ସମ୍ମାନୀୟ ଅତିଥି ଭାବେ ବିଜେଡି ଦଳର ତିରିଂ’ବ୍ଲକ ସଭାପତି ସିଦୋ ଚରଣ ଟୁଡୁ ଯୋଗ ଦେଇ ପାନ୍ଧଣା ବନସୂରକ୍ଷା ସମିତି ସଭାପତି ଓ ସଦସ୍ୟ’ଙ୍କ ସହିତ ଗ୍ରାମବାସୀ’ଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇ ବନ ମୋହତ୍ସବ ପାଳନ କରାଯାଇଥିଲା। ସେହିପରି ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବାନା ଡୁଙ୍ଗୁରି ବନସୂରକ୍ଷା ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଝରାଡିହି ଫରେଷ୍ଟ ବିଟ୍ ଫରେଷ୍ଟର ମହାବୀର ସିଂ ମୁର୍ମୁ ଓ ଫରେଷ୍ଟ ଗାର୍ଡ ହେମନ୍ତ କୁମାର ହେମ୍ବମ’ଙ୍କ ଉପସ୍ଥିତିରେ ମୂଖ୍ୟ ଅତିଥୀ ଭାବେ ପୂର୍ବତନ ବହଳଦା ବିଧାୟକ ଲକ୍ଷ୍ମଣ ସୋରେନ୍ ଓ ସମ୍ମାନୀୟ ଅତିଥୀ ଭାବେ ସୁରଦା-ଯଶିପୁର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଦେଓଲା ସୋରେନ୍ ଯୋଗଦେଇ ଅଁଳା,କାଞ୍ଚନ,ଜାମୁ,କରଞ୍ଜ,ନିମ୍ବ,କଳା ଶିରିଶ,ଶିଶୁ,ବଡ ଚାକୁଣ୍ଡା ଓ ସୋନାରୀ ପରି ବିଭନ୍ନ ପ୍ରଜାତିର ବୃକ୍ଷ ରୋପଣ କରିଥିଲେ ଏଥିରେ ବାନା ଡୁଙ୍ଗୁରି ବନସୂରକ୍ଷା ସମିତି ସଭାପତି ମଙ୍ଗଲ ସୋରେନ୍’ଙ୍କ ସହିତ ବନସୂରକ୍ଷା ସମିତି ସଦସ୍ୟଙ୍କ ଓ ଗ୍ରାମବାସୀ ଉପସ୍ଥିତ ରହି ବୃକ୍ଷ ରୋପଣରେ ସହଯୋଗ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ