କଣମଣା ସ୍କୁଲରେ ବନ ମହୋତ୍ସବ

ଛତ୍ରପୁର, (ଓ୍ବାଇଏନ୍ଏସ୍):କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି। କଣମଣା ପଞ୍ଚାୟତ ର ସରପଞ୍ଚ ଏସ୍ ଚକ୍ରପାଣି ରେଡି ,ଛତ୍ରପୁର ବନାଞ୍ଚଳ ଅଧିକାରୀ ଘରମଣି ପାଣିଗ୍ରାହୀ ଅତିଥିଭାବରେ ଯୋଗଦେଇ ଚାରା ରୋପଣ କରିଥିଲେ । ଅନ୍ୟତମ ଅତିଥି ଭାବରେ ଟାକିରିଆ ବ୍ରହ୍ମପୁର ସ୍କୁଲ ଶିକ୍ଷକ ଡ଼ଃ ଜେ କୁର୍ମା ରାଓ, ଫରେଷ୍ଟ ଗାର୍ଡ ରାଜୀବ କୁମାର ପାତ୍ର ଆଦି ଯୋଗଦେଇ ଚାରା ରୋପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ୍ କୁମାର ସେଠୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ , ବିଦ୍ୟାଳୟର ସହଯୋଗୀ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, ବି. ଚିନ୍ମୟୀ , ଆର. ରାଜେଶ୍ଵରୀ ଏଥିରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ