ଜୁଲାଇମାସର ପ୍ରତ୍ୟେକ ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ମହାମାରୀ କରୋନାର ପ୍ରତିରୋଧ ତଥା ଜାତୀୟ ବିପତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଜାରି ରହିଛି । ବାହାର ରାଜ୍ୟମାନଙ୍କରୁ ଆସୁଥିବା ପ୍ରବାସୀମାନଙ୍କୁ କରୋନା ପ୍ରତିରୋଧ ପାଇଁ ପ୍ରଶାସନିକ ତତ୍ୱାବଧାନରେ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯାଉଛି । ଆଜି ସୁଦ୍ଧା ରାଜ୍ୟ ବାହାରୁ ଆସିଥିବା ୪୧ହଜାର ୦୪୮ ଜଣ ପ୍ରବାସୀ ଆସିଛନ୍ତି । ଆଜି ଆସିଥିବା ୫୧୧ଜଣଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୩୭ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୨୬୫, ମହାକାଳପଡା ବ୍ଲକର ୬୭, କେନ୍ଦ୍ରାପଡା ପୈାରାଚଂଳ ୧୭, ମାର୍ଶାଘାଇ ବ୍ଲକର ୧୪, ରାଜନଗର ବ୍ଲକର ୩୯, ରାଜକନିକା ବ୍ଲକର ୨୦, ଆଳି ବ୍ଲକର ୭, ଡେରାବିଶି ବ୍ଲକର ୪୫ ଜଣ ଅଛନ୍ତି । କରୋନା ଗୋଷ୍ଠି ସଂକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହାକୁ ନିୟନ୍ତ୍ରଣରେ ରଖିବା ନିମିତ ଜୁଲାଇମାସର ପ୍ରତ୍ୟେକ ଶନିବାର ଓ ରବିବାରକୁ ସମଗ୍ର ଜିଲ୍ଲାରେ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ତଦନୁଯାଇ ଜୁଲାଇମାସର ସମସ୍ତ ଶନିବାର ଓ ରବିବାର କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବା ସହିତ ଜରୁରୀ କାର୍ଯ୍ୟ ବ୍ୟତିତ ଜନସାଧାରଣଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି । ଏହି ଦିନମାନଙ୍କରେ ଔଷଧ ଦୋକାନ ଏବଂ ପେଟ୍ରୋଲପମ୍ପ ବ୍ୟତିତ ଅନ୍ୟ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିବ । ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସାମାଜିକ ଦ୍ୱରତା ରକ୍ଷା କରି ବ୍ୟବସାୟ କରିବାକୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାପାଳ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ