ପାରଳାରେ ପ୍ରଥମ ଶନିଦେବଙ୍କ ମନ୍ଦିର ପ୍ରତିଷ୍ଠା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଡିଏଫଓ କାର୍ଯ୍ୟାଳୟ ନିକଟରେ ଥିବା ଶଙ୍କର ଇଣ୍ଡଷ୍ଟ୍ରୀ ପରିସରରେ ପ୍ରଥମ ଶନିଦେବଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି । ଗତ ୩ତାରିଖ ଓ ୪ତାରିଖ ୨ଦିନ ଧରି ଏଠାରେ ହୋମ,ଯଜ୍ଞ,ପ୍ରାଣଦାନ,ଶନିଶ୍ଲୋକ ଉଚ୍ଚାରଣ,ପୁଜାପାଠ ଆଦିରେ ପୁଜକ ଜଗନ୍ନାଥ ପଣ୍ଡାଙ୍କ ଦ୍ୱାରା ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଇଣ୍ଡଷ୍ଟ୍ରୀର ମାଲିକ ଭରତ ମହାରଣା ଏଠାରେ ଶନି ମନ୍ଦିର ପ୍ରତିଷ୍ଠା କରିବା ପାଇଁ ମନାସୀ ଥିଲେ । ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ଶଙ୍କର ମହାରଣା ଓ ସନ୍ତୋଷ ମହାରଣାଙ୍କ ସମେତ ପରିବାରର ସଦସ୍ୟମାନେ ସାମାଜିକ ଦୁରତା ରକ୍ଷା କରି ଯୋଗ ଦେଇଥିଲେ । ପାରଳାଖେମୁଣ୍ଡି ସହରର ସର୍ବସାଧାରଣଙ୍କ ଦର୍ଶନ ଓ ପୁଜାପାଠ ପାଇଁ ଏହି ଶନି ମନ୍ଦିର ସବୁ ଦିନେ ଖୋଲା ରହିବ ବୋଲି ମନ୍ଦିରର ପ୍ରତିଷ୍ଠାତା ଭରତ ମହାରଣା ସୁଚନା ଦେଇଛନ୍ତି ।


