ଆମେରିକା ରାଷ୍ଟ୍ରପତିଙ୍କ ବଡ଼ପୁଅଙ୍କ ପ୍ରେମିକା କରୋନା ପଜିଟିଭ୍

ୱାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପଙ୍କ ବଡ଼ପୁଅ ଡୋନାଲ୍‌ଡ୍ ଟ୍ରମ୍ପ୍‌ ଜୁନିୟର୍‌ଙ୍କ ପ୍ରେମିକା କରୋନା ଭାଇରସ୍ ପଜିଟିଭ୍ ବାହାରିଛି। ଜୁନିୟର୍ ଟ୍ରମ୍ପଙ୍କ ପ୍ରେମିକା ତଥା ‘ଫକ୍ସ୍‌ ନିଉଜ୍‌ ଟେଲିଭିଜନ୍’ ଉପସ୍ଥାପିକା କିମ୍ବର୍ଲି ଗିଲ୍‌ଫଏଲ୍ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତିଙ୍କ ଜୁଲାଇ ଚାରି ତାରିଖ ଭାଷଣ ଏବଂ ମାଉଣ୍ଟ୍ ରସ୍‌ମୋର୍‌ରେ ଆତସବାଜି ଉତ୍ସବ ଦେଖିବାକୁ ଦକ୍ଷିଣ ଡାକୋଟା ଯାତ୍ରା କରିଥିଲେ। ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା କଥା ରୁଟିନ୍ ପରୀକ୍ଷାରୁ ଜଣାପଡ଼ିବା ପରେ ୫୧ ବର୍ଷୀୟ ଗିଲ୍‌ଫଏଲ୍‌ଙ୍କୁ ତୁରନ୍ତ ପୃଥକ୍‌ବାସ କରାଯାଇଥିବା ‘ଦ ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟ କରିଛି। ଟ୍ରମ୍ପ୍‌ କ୍ୟାମ୍ପେନ୍‌ର ଆର୍ଥିକ କମିଟିର ଚିଫ୍ ଅଫ୍ ଷ୍ଟାଫ୍ ସେର୍ଜିଓ ଗର୍ ଏକ ବିବୃତ୍ତିରେ କହିଛନ୍ତି, ସେ ସୁସ୍ଥ ହେଉଛନ୍ତି। ଲକ୍ଷଣରହିତ ଥିବାରୁ ସୁନିଶ୍ଚିତ ହେବାକୁ ପୁନର୍ବାର ନମୁନା ପରୀକ୍ଷା କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କନିଷ୍ଠ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ନମୁନା ନେଗେଟିଭ୍ ଆସିଛି, କିନ୍ତୁ ସତର୍କତାର ପଦକ୍ଷେପସ୍ବରୂପ ସେ ସମସ୍ତ ସାମାଜିକ କାର୍ଯ୍ୟକ୍ରମ ବାତିଲ କରି ଏକାନ୍ତବାସ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ