ସ୍ୱାବ ଟେଷ୍ଟ ବେଳେ ଭୁଲ ଠିକଣା, ରୋଗୀ ଚିହ୍ନଟ ପାଇଁ ସ୍ଥାନୀୟ ପ୍ରଶାସନ ନାକେଦାମ

ବୁଗୁଡା, (ଅନିଲ ମହାରଣା): ବୁଗୁଡା ବ୍ଲକର ଜଣେ କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତି ସ୍ୱାବ ଟେଷ୍ଟ ସଂଗ୍ରହ ବେଳ ପୋଲସରା ବ୍ଲକ ବୋଲି ଠିକଣା ଦେଇଥିବା କିମ୍ବା ସ୍ୱାବ ଟେଷ୍ଟ କରୁଥିବା ମେଡ଼ିକାଲ କର୍ମଚାରୀ ଭୁଲ ବ୍ଲକ ନାମ ଲେଖିବା ଯୋଗୁଁ ସ୍ଥାନୀୟ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଛି। ଏହି ଜଣଙ୍କୁ ମିଶାଇ ବୁଗୁଡା ବ୍ଲକର ଶୁକ୍ରବାର ରାତ୍ରିର ପଜିଟିଭ ସଂଖ୍ୟା ୧୭ ଜଣ ପରିବର୍ତ୍ତେ ୧୮ ଜଣ ହେବ। ବୁଗୁଡା ବ୍ଲକ ଗୌଡ଼ିଆବୋରଦା ପାଞ୍ଚାୟତର ଯେଉଁ ମହିଳା ଜଣଙ୍କ ପଜିଟିଭ ବାହାରିଛି ତାଙ୍କ ସ୍ୱାମୀଙ୍କର ମଧ୍ୟ ସ୍ୱାବ ଟେଷ୍ଟ ହୋଇ ପଜିଟିଭ ବାହାରି ଥିଲା। ମାତ୍ର ତାଙ୍କର ଟେଷ୍ଟ ରିପୋର୍ଟରେ ପୋଲସରା ବ୍ଲକ ଉଲ୍ଲେଖ ଥିଲା। ସେହି ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପୋଲସରା ବ୍ଲକ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା। ବୁଗୁଡା ବ୍ଲକର ମହିଳା ପଜିଟିଭ ବ୍ୟକ୍ତିଙ୍କ ସ୍ୱାମୀଙ୍କ ନାମ ସହ ପୋଲସରା ବ୍ଲକ ଲେଖାଥିବା ପଜିଟିଭ ବ୍ୟକୃଙ୍କ ନାମ ମେଳ ଖାଇବା ପରେ ଖୋଳତାଡ଼ ପରେ ସେହି ବ୍ୟକ୍ତି ଜଣଙ୍କ ବୁଗୁଡା ବ୍ଲକର ବୋଲି ଜଣା ପଡିଲା। ଯାହା ଫଳରେ ବୁଗୁଡା ପ୍ରଶାସନ ଗତ ରାତ୍ରରେ ୧୬ ଜଣ ପୋଲିସ କର୍ମଚାରୀଙ୍କ ସମେତ ଗୌଡ଼ିଆବୋରଦା ପଞ୍ଚାୟତର ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ