ସ୍ୱାମୀଙ୍କୁ ବରବାଦ୍ କରିଦିଏ ସିନ୍ଦୂର!

ଆମ ହିନ୍ଦୁ ପ୍ରଥା ବା ପରମ୍ପରା ଅନୁଯାୟୀ ଭାରତୀୟ ବିବାହିତ ମହିଳାମାନେ ମଥାରେ ସିନ୍ଦୂର ଲଗାନ୍ତି । ହିନ୍ଦୁ ରୀତିନୀତି ଅନୁସାରେ ସିନ୍ଦୂର ଲଗାଇବା ଦ୍ୱାରା ସ୍ୱାମୀଙ୍କ ଆୟୁଷ ବଢ଼ିଥାଏ । ମହିଳାମାନେ ନିଜ ପସନ୍ଦ ଅନୁସାରେ ସିନ୍ଦୂର ଲଗାନ୍ତି । କିନ୍ତୁ ହିନ୍ଦୁ ଧର୍ମ ଅନୁଯାୟୀ ସିନ୍ଦୂର ଲଗାଇବା ପାଇଁ ଅନେକ ଉପାୟ ଅଛି । ଶାସ୍ତ୍ରରେ ବି ସିନ୍ଦୂର ସମ୍ବନ୍ଧିତ ଅନେକ ନିୟମ ସମ୍ପର୍କରେ ଆଲୋଚନା କରାଯାଇଛି । ଯଦି ଏହାକୁ ସଠିକ ଭାବେ ପାଳନ ନ କରନ୍ତି ତେବେ ଅନେକ ପ୍ରକାରର ବାଧା ବା ବିପଦ ଦେଖାଯିବାର ଆଶଙ୍କା ବଢ଼ିଯାଏ ।ଉଜ୍ଜୟିନୀର ଜ୍ୟୋତିଷଶାସ୍ତ୍ରୀ ପଣ୍ଡିତ ମନୀଷ ଶର୍ମା କହିଛନ୍ତି, ଯଦି କେହି ସଧବା ବା ବିବାହିତ ମହିଳା ଠିକ୍ ଉପାୟରେ ସିନ୍ଦୂର ଲଗାନ୍ତି ସେଥିରୁ ସକାରାତ୍ମକ ଶକ୍ତି ଜାତ ହୋଇଥାଏ । ଏହା ଦ୍ୱାରା ଘରେ ସୁଖ, ଶାନ୍ତି ଆସିବା ସହ ସ୍ୱାମୀର ଆୟୁଷ ମଧ୍ୟ ବଢ଼ିଥାଏ । ସିନ୍ଦୂର ଲଗାଇବା ସମୟରେ ମହିଳାମାନେ ଶାସ୍ତ୍ରରେ କୁହାଯାଉଥିବା ନିୟମର ପାଳନ କରିବାକୁ ପଡିବ । ଏପରି ନ କଲେ ଅଶୁଭ ହେବା ସହ ସ୍ୱାମୀଙ୍କ ଉପରେ କରଜଭାର ବଢ଼ିଥାଏ । ତେବେ ଚାଲନ୍ତୁ ଜାଣିବା ମହିଳାମାନେ ସିନ୍ଦୂର ଲଗାଇବା ସମୟରେ କେଉଁ ନିୟମ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।ଧ୍ୟାନ ଦେବେ ସବୁବେଳେ ନିଜ ପାଖରେ ଥିବା ସିନ୍ଦୂର ଲଗାନ୍ତୁ । ଅନ୍ୟ କିଏ ବ୍ୟବହାର କରୁଥିବା ସିନ୍ଦୂରକୁ ନିଜ ସିନ୍ଥି ବା ମଥାରେ ଲଗାନ୍ତୁ ନାହିଁ । ଏମିତି କରିବା ଦ୍ୱାରା ସ୍ୱାମୀଙ୍କ ଧନସମ୍ପତ୍ତି ହ୍ରାସ ହୋଇଥାଏ । ଅନ୍ୟର ଟଙ୍କାରେ କିଣାଯାଇଥିବା ସିନ୍ଦୂର ଲଗାନ୍ତୁ ନାହିଁ । ଯଦି କେହି ସିନ୍ଦୂର ଆପଣଙ୍କୁ ଉପହାର ଦେଇଛି ବା ଦାନ କରୁଛି ତାକୁ ବି ଲଗାଇବା ଉଚିତ ନୁହେଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ