ଅଜବ ପ୍ରତିଯୋଗିତା: ଆରମ୍ଭରୁ ପୁରସ୍କାର ନେବା ଯାଏଁ କାନ୍ଦୁଥାନ୍ତି ପ୍ରତିଯୋଗୀ

ଦୁନିଆରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥାଏ । ଏଥିରେ କିଛି ଦେଖିବାକୁ ସାଧାରଣ ହୋଇଥିବା ବେଳେ ଆଉ କିଛି ଅସାଧାରଣ । ଆଜି ଆମେ ଆପଣଙ୍କୁ ଏମିତି ଏକ ଅସାଧାରଣ ପ୍ରତିଯୋଗିତା ବିଷୟରେ କହିବାକୁ ଯାଉଛୁ । ପ୍ରତିଯୋଗିତା ଆରମ୍ଭରୁ ଟ୍ରଫି ପ୍ରଦାନ ପର୍ଯ୍ୟନ୍ତ ପ୍ରତିଯୋଗୀଙ୍କୁ କେବଳ ଆପଣା କାନ୍ଦୁଥିବା ଦେଖିବାକୁ ପାଇବେ । ଏବେ ଭାବୁଥିବେ ଏହା ଏମିତି କି ପ୍ରତିଯୋଗିତା ଯେ, କାନ୍ଦିବାକୁ ପଡିବ, ଯଦି ଏପରି ଭାବୁଛନ୍ତି ତେବେ ଆସନ୍ତୁ ଜାଣିବା ଏହି ପ୍ରତିଯୋଗିତା ସମ୍ପର୍କରେ ।
ଚୀନର ହୁନାନ ପ୍ରାନ୍ତରେ ନିଙ୍ଗଜିଆଙ୍ଗରେ ଅଗଷ୍ଟ ୧୨ରେ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା । ସ୍ପାଇସି ଫୁଡକୁ ନେଇ ପ୍ରସିଦ୍ଧ ଥିବା ଚୀନ ହୁନାନ ପ୍ରାନ୍ତରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ପ୍ରତିଯୋଗିତାର ଆୟୋଜିତ କରାଯାଇଥିଲା । ପ୍ରତିଯୋଗିତାଟି ଥିଲା ମାତ୍ର ୧ ମିନିଟ୍ର । ଏହି ନିର୍ଦ୍ଧାରିତ ସମୟରେ ପ୍ରତିଯୋଗୀଙ୍କୁ ଲଙ୍କା ଖାଇବାକୁ କୁହାଯାଇଥିଲା । ଯେଉଁ ପ୍ରତିଯୋଗୀ ଅଧିକ ଲଙ୍କା ଖାଇଥିଲେ ତାଙ୍କୁ ବିଜେତା ଘୋଷଣା କରିଥିଲେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର ୧ ମିନିଟରେ ଏହି ପ୍ରତିଯୋଗିତାରେ ଜଣେ ୧୫ଟି ଲଙ୍କା ଖାଇ ବିଜେତା ଘୋଷିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ