ମଥୁରା ସରପଞ୍ଚଙ୍କ ଜିଲ୍ଲାପାଳ କ୍ଷମତା ପ୍ରୟୋଗ : ସାତ ଦିନ ବନ୍ଦ ହେଲା ମଥୁରା ଷ୍ଟେଟବ୍ୟାଙ୍କ

ପୋଲସରା (ଅନିଲ ମହାରଣା): ପୋଲସରା ବ୍ଲକ ମଥୁରା ଗ୍ରାମ ପଞ୍ଚାୟତ ସରପଞ୍ଚ ନିଜ ଅଞ୍ଚଳରେ କରୋନା ସଂକ୍ରମଣ ରୋକିବା ପାଇଁ ନିଜର ଜିଲ୍ଳାପାଳ କ୍ଷମତା ପ୍ରୟୋଗ କରି ମଥୁରା ଶାଖ ଭାରତୀୟ ଷ୍ଟେଟବ୍ୟାଙ୍କ କୁ ସାତ ଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।ମଥୁରା ଷ୍ଟେଟବ୍ୟାଙ୍କର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହେବା, ବ୍ୟାଙ୍କକୁ ବହୁ ବ୍ୟକ୍ତି ଯାଉଥିବା ବେଳେ ସାମାଜିକ ଦୂରତା ଭଙ୍ଗ କରିବା ଓ ମାସ୍କ ନପିନ୍ଧିବା ଏବଂ ମଥୁରାରେ ମଧ୍ୟ ପଜିଟିଭ ଚିହ୍ନଟ ହେବା ପ୍ରଭୃତି କାରଣରୁ ଗୋଷ୍ଟି ସଂକ୍ରମଣ ଆଶଙ୍କା କରି ବ୍ୟାଙ୍କ ପାରିଚାଳକଙ୍କ ସହ ଆଲୋଚନକରି ସରପଞ୍ଚ ପ୍ରଦୀପ କୁମାର ନାୟକ ବ୍ୟାଙ୍କ ସହ ସେହି ଅଞ୍ଚଳକୁ ସାତ ଦିନ ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି। ଗତ କାଲି ଜୁଲାଇ ୩ ତାରିଖ ଠାରୁ ୭ ଦିନ ପାଇଁ ଘୋଷଣା ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ