ଫୁଲୁଛି ହାତୀନଦୀ;ଆତଙ୍କିତ ଗ୍ରାମବାସୀ
(ଯୁଗାବ୍ଦ ନ୍ୟୁଜ) ଲଘୁଚାପ ବର୍ଷା ରେ ବଢୁଛି ହାତୀ ନଦୀ ର ଜଳ ସ୍ତର । ଆତଙ୍କିତ ନଦୀକୁଳିଆ ଗ୍ରାମ ବାସୀ । ପଶ୍ଟିମ ଓଡିଶା ର ଲଗାଣ ବର୍ଷା ଜାରି ରହୁଥିବା ବେଳେ ଇନ୍ଦିରାବତୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଜିଲ୍ଲା ର ପ୍ରମୁଖ ନଦୀ ହାତୀ ଓ ତେଲ ନଦୀ ର ଜଳସ୍ତର ବୃଦ୍ଧି ହେବା ଯୋଗୁଁ କଲମପୁର ବ୍ଲକ ର ବିରିପୁର ମାଟିଖାଲ ଜାମ ପଡ଼ା, ବ।ଳିଛଡ଼ା ଆଦି ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ଆନ୍ୟପଟେ ବନ୍ୟା କୁ ଆଖି ଆଗରେ ରଖି ପ୍ରଶାସନ ସଜାଗ ରହିଥିବା କୁହାଯାଉଛି ।