ଭଞ୍ଜନଗରରେ ୯ ଆକ୍ରାନ୍ତ ଚିହ୍ନଟ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ କରୋନା ପଜିଟିଭ ସଂଖ୍ୟା ଅତି ଦ୍ରୁତ ଗତିରେ ବଢୁଥିବାବେଳେ ଆଜି ପୁଣି ୯ଟି ନୂଆ କେଶ ସାମ୍ନାକୁ ଆସିଛି। ତେଣୁ ଦିନକୁ ଦିନ ଏହି ବ୍ୟାଧି ଯେପରି ବ୍ୟାପିବାରେ ଲାଗିଛି ଆମେ ସମସ୍ତେ ସତର୍କ ନହେଲେ ଆଗକୁ ବିପଦ ସୁନିଶ୍ଚିତ।ତେଣୁ ସମସ୍ତେ ଘରେ ପରିବାର ସହ ରୁହନ୍ତୁ। ଆଜି ଚିହ୍ନଟ ଙ୍କ ମଧ୍ୟରେ ବଡ଼ କୋଦଣ୍ଡା ଗ୍ରାମର ଜଣେ ଓ ବାକି ଭଞ୍ଜନଗର ଏନ.ଏ.ସିର ୮ଜଣ ରହିଛନ୍ତି। ସେଥିମଧ୍ୟରୁ ଭେଜିପୁଟ ବାଙ୍କସାଲ ସାହିରୁ ୨ଜଣ, ବାଲି ସାହିର ଜଣେ, ମେଡିକାଲ ର ୨ଜଣ ସ୍ୱାସ୍ଥ୍ୟ କର୍ମୀ,ମସଜିଦ ନିକଟ ସାହିର ଜଣେ, ବାଗଦେବୀ ରୋଡ଼ ରୁ ଜଣେ ଓ ଏଚ.ଡ଼ି.ଏଫ.ସି ବ୍ୟାଙ୍କ କର୍ମଚାରୀ ଜଣେ ଥିବା ଜଣାପଡିଛି।ତେଣୁ କୋଭିଡ଼ ନିୟମ ମାନନ୍ତୁ ଓ ସୁରକ୍ଷିତ ରୁହନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ