ଯକୃତକୁ କ୍ଷତି ପହଞ୍ଚାଉଛି ରେମଡେସିଭିର

ନୂଆଦିଲ୍ଲୀ: ରେମଡେସିଭିର ଔଷଧ ଦ୍ୱାରା ଚିକିତ୍ସିତ କିଛି କରୋନା ସଂକ୍ରମିତ ରୋଗୀଙ୍କ ଯକୃତ ପ୍ରଭାବିତ ହୋଇଥିବା ନେଇ ରିପୋର୍ଟ ଆସିଛି । ଏକାଧିକ ହସ୍ପିଟାଲରୁ ଏ ନେଇ ରିପୋର୍ଟ ଆସିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହା ଉପରେ ତର୍ଜମା ଆରମ୍ଭ କରିଦେଇଛି । ଏହି ଔଷଧର ବିଭିନ୍ନ ପ୍ରତିକ୍ରିୟା ଓ ଗୁଣାବଳୀ ଉପରେ ମନ୍ତ୍ରାଳୟ ସମୀକ୍ଷା ଜାରି ରଖିଛି । ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଔଷଧଟିର ପାର୍ଶ୍ବ ପ୍ରତିକ୍ରିୟା ଉପରେ ଜୋରଦାର ପ୍ରଶ୍ନ ଉଠିଥିଲା । ସ୍ୱାସ୍ଥ୍ୟମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରେମଡେସିଭିର ଔଷଧ ବାବଦରେ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରୁ ଏକାଧିକ ରିପୋର୍ଟ ଆମେ ପାଉଛୁ । ଏହି ଔଷଧ ଗ୍ରହଣ କରିଥିବା କିଛି ରୋଗୀଙ୍କ ଠାରେ ହଠାତ୍ ଆଲକାଲାଇନ ଫସଫେସ, ଏସଜିଓଟି ଏବଂ ଏସଜିପିଟି ସ୍ତର ବଢ଼ିଥିଲା । ଯାହାର ପ୍ରଭାବରେ ସେମାନଙ୍କ ଯକୃତ ପ୍ରତି କ୍ଷତି ପହଞ୍ଚିଥିଲା । ତେଣୁ ଆମେ ଏ ନେଇ ଅଧିକ ସଜାଗ ହୋଇଯାଇଛୁ । ଔଷଧ ସଂକ୍ରାନ୍ତରେ ଅଧିକ ତଥ୍ୟ ଯୋଗାଡ଼ କରୁଛୁ । ଏଭଳି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରିବାକୁ ପଡ଼ିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ