କଳାଟମକରେ ବନଦିଵସରେ ବୃକ୍ଷରୋପଣ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ୭୧ ତମ ବନସପ୍ତାହ ଚାଲିଛି । ଶ୍ରାବଣ ମାସର ଝିପିଝିପି ବର୍ଷା ବୃକ୍ଷ ରୋପଣ ପାଇଁ ବରଦାନ ପାଲଟିଛି । ମଙ୍ଗଳବାର ଦିନ ବିଶୋଇ ଥାନା ରେଞ୍ଜ ଅନ୍ତର୍ଗତ ସରଗଡା ଫରେଷ୍ଟ ସେକ୍ସନ ଅଧିନସ୍ଥ ‘କଳାଆଟମକ’ରେ ଆଜି ବନବିଭାଗ ଓ ବନସଙରକ୍ଷା ସମିତି ମିଳିତ ଆନୁକୁଲ୍ୟରେ ୭୧ ତମ ବନୋତ୍ସବ ସପ୍ତାହରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଏସିଏଫ ନବିନ ନାଏକ, ମୁଖ୍ୟବକ୍ତା ୪୬ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ସୁଗଦା ମାର୍ଣ୍ଡି, ସମ୍ମାନିତ ଅତିଥି ପରିବେଶବିତ୍ ଅଶୋକ ମହାନ୍ତ, ଅତିଥି ସରଗଡା ସରପଞ୍ଚ ସୁକାନ୍ତି ମାଝୀ, ଫରେଷ୍ଟର ସତ୍ୟବ୍ରତ ପଟ୍ଟନାୟକ,ଫରେଷ୍ଟର ଜୀବନ ବଲ୍ଲଭ ପାତ୍ର, ଫରେଷ୍ଟର ମନୋରଂଜନ ନାଏକ, ଫରେଷ୍ଟ ଗାର୍ଡ ଆଲୋକ ସେଠୀ ଏବଂ ବନସୁରକ୍ଷା ସମିତି କର୍ମକୈଓ ସଦସ୍ୟମାନେ ଉପସ୍ଥିତ ରହି ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିଲେ ଏବଂ ବୃକ୍ଷର ଯତ୍ନ ନେବା ପାଇଁ ଶପଥ ନେଇଥିଲେ । ପରିବେଶବିତ ଅଶୋକ ମହାନ୍ତ ବୃକ୍ଷ, ଜୀବଜନ୍ତୁ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ।


