ଚଢେଇପାହାଡି ଗ୍ରାମପଞ୍ଚାୟତ ତିନି ଦିନିଆ ସଟଡାଉନ୍

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଓଡ଼ିଶାର ସର୍ବବୃହତ୍ତମ ମୟୂରଭଂଜ ଜିଲ୍ଲାର ”କରୋନା’ ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ଜିଲ୍ଲାର ବିଭିନ୍ନ ଉପଖଣ୍ଡ ସଦର ମହକୁମା, ବିଭିନ୍ନ ପଞ୍ଚାୟତରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କୁହାଯାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସଂକ୍ରମିତ ସଂଖ୍ୟା ବହୁ ଅଧିକ ରହିଥିବା ଏବଂ କିଛି ବ୍ୟକ୍ତି ଜାଣିଶୁଣି ରୋଗକୁ ଲୁଚାଇଥିବା ଚର୍ଚ୍ଚା ଜୋର ଧରିଛି ।ମୟୂରଭଂଜ ଜିଲ୍ଲାର ବଣ ଜଙ୍ଗଲ ଘେରା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ଚଢ଼େଇ ପାହାଡି ପଞ୍ଚାୟତର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ଜୁନ ୨୬ରେ ଜଣେ ମହାରାଷ୍ଟ୍ର ଫେରନ୍ତା ପ୍ରବାସୀ ଶ୍ରମିକ ରହୁଥିଲେ । ସୋମବାର ଦିନ ସେ କରୋନା ଆକ୍ରାନ୍ତ ଥିବା ଜଣାପଡିଲା ପରେ ତାଙ୍କୁ ବାରିପଦା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।କରୋନା ସଂକ୍ରମଣ ରୋକିବା ପାଇଁ ସ୍ଥାନୀୟ ସରପଞ୍ଚ ସାମାୟ ମାଝୀ ଲୋକଙ୍କ ଜୀବନ ରକ୍ଷା ପାଇଁ ଜୁନ ୭,୮ ଏବଂ ୯ ତିନି ଦିନ ପାଇଁ ଜିଲ୍ଲାପାଳ କ୍ଷମତା ବଳରେ ସରକାରୀ ନିୟମ ଅନୁସାରେ ଚିଠି ନଂ ୩୧ ସଟ୍ ଡାଉନ୍ ଜାରି କରିଛନ୍ତି ।ଜନ ସାଧାରଣଙ୍କୁ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ।ତଦସହ ଗୋବିନ୍ଦପୁର ଗ୍ରାମକୁ କିଛି ଦିନ ପାଇଁ ସିଲିଂ କରାଯିବା ପାଇଁ ସିଦ୍ଧାନ୍ତ ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ