ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ପକ୍ଷରୁ ଗ୍ରାମ୍ୟ ସ୍ତରୀୟ କୋଭିଡ୍ ପରିଚାଳନା କମିଟି ସଚେତନତା ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବିଟିପୁର ପଞ୍ଚାୟତ ଅଧିନ ଗ୍ରାମ୍ୟ ସ୍ତରୀୟ କୋଭିଡ୍ ପରିଚାଳନା କମିଟି ସଚେତନତା ସଭା ଓ ତାଲିମ କାର୍ଯ୍ୟକ୍ରମ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ବନ୍ତ ବ୍ଳକ ପ୍ରଶାସନ ସହଯୋଗରେ ପୁରୁଷଣ୍ଢସ୍ଥିତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଏହା ଅନୁଷ୍ଠିତ ହୋଇଥିଲା । ସିଏଫଡବ୍ଲ୍ୟୁଏସ୍‌ଡି ସଂପାଦକ ଗୋପିନାଥ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ତଥା ସରପଞ୍ଚ ସତ୍ୟବାନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ରେବେକା ବିଲୁଙ୍ଗ ଯୋଗ ଦେଇ ହାତ ଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ବାହାରେ ଛେପ ନପକାଇବା ବିଷୟରେ ସମସ୍ତଙ୍କୁ ସଚେତନ କରାଇବା ସହିତ ଟି.ଏମ୍‌.ସି ଉଚ୍ଛେଦ କରାଯାଇ କ୍ଲଷ୍ଟର ଟି.ଏମ୍‌.ସି ଓ ପ୍ରତି ପଞ୍ଚାୟତରେ କୋଭିଡ୍ କେୟାର ହୋମ୍ କରାଯିବା ବିଷୟରେ ଅବଗତ କରାଇଥିଲେ । ଗ୍ରାମ୍ୟ ସ୍ତରୀୟ କୋଭିଡ୍ ପରିଚାଳନା କମିଟି ସଭ୍ୟସଭ୍ୟା ମାନେ ମିଳିମିଶି ନିଜ ନିଜ ଅଞ୍ଚଳରେ ସଚେତନ କରାଇ କୋଭିଡ୍ ଯୁଦ୍ଧରେ ବିଜୟୀ ହେବାକୁ ନିବେଦନ କରିଥିଲେ । ସ୍ୱାସ୍ଥ୍ୟ ଅଧିକାରୀ ସୁରେଶ ପ୍ରଧାନ ଯୋଗ ଦେଇ ସ୍ୱାସ୍ଥ୍ୟ ସଂପର୍କରେ ସଚେତନ କରାଇଥିଲେ । କାର୍ଯ୍ୟକ୍ରମକୁ ବିଟିପୁର ଏମ୍‌.ବି.କେ ରଶ୍ମିତା ଜେନା, ନାଏବ ସରପଞ୍ଚ ସୌଦାମିନୀ ନାୟକ, ୱାର୍ଡ ସଭ୍ୟ ରାଜୀବ ଲୋଚନ ରାୟ, ସିଏଫଡବ୍ଲ୍ୟୁଏସଡି ସ୍ୱେଚ୍ଛାସେବୀ ପ୍ରଦୀପ ଜେନା ପରିଚାଳନା କରିଥିଲେ । ସେହିପରି ମହାନ୍ତିପଡା, ପୁରୁଷଣ୍ଢ, ଗୋପିନାଥପୁ. ବଡବର୍ଚ୍ଚିକୟାଁ ପଞ୍ଚାୟତରେ ସିଏଫଡବ୍ଲ୍ୟୁଏସଡି ପକ୍ଷରୁ କୋଭିଡ୍ ପରିଚାଳନା କମିଟି ସଚେତନତା ସଭା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାନ୍ତିପଡା ପଞ୍ଚାୟତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପୁରୁଷଣ୍ଢ ଏମବିକେ ଉର୍ମିଳା ପଣ୍ଡା, ଗୋପିନାଥପୁର ଏମବିକେ ତୁଳସୀ ମଲ୍ଲିକ, ମହାନ୍ତିପଡା ଏମବିକେ ବିଦୁରିତା, ବଡବର୍ଚ୍ଚିକୟାଁ ଏମବିକେ ରଶ୍ମିତା ସେଠୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଗ୍ରାମ୍ୟ ସ୍ତରୀୟ କୋଭିଡ୍ ପରିଚାଳନା କମିଟିର ସଭ୍ୟସଭ୍ୟା, ଅଙ୍ଗନୱାଡି, ଆଶା କର୍ମୀ, ୱାର୍ଡ ସଭ୍ୟସଭ୍ୟା, ଏସ୍‌.ଏଚ୍‌.ଜି କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ । ବିଭିନ୍ନ ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ