ଚର୍ଚ୍ଚାରେ ହୀରା ମାସ୍କ୍ : ମୂଲ୍ୟ ଲକ୍ଷେ ୪୦ ହଜାରରୁ ୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ମାସ୍କ୍ ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଥିବାବେଳେ ଏବେ ଏହା ଲୋକମାନଙ୍କ ଫ୍ୟାସନ୍ ପାଲଟିବାକୁ ବସିଲାଣି। ଗୋଟିଏ ସାଧାରଣ ମାସ୍କର ସର୍ବନିମ୍ନ ଦର ୧୦ରୁ ୨୦ ଟଙ୍କା ରହୁଥିବାବେଳେ ସର୍ବାଧୀକ ଦର ୫୦୦ ଟଙ୍କା ରହିଛି। ହେଲେ ଏବେ ବଜାରକୁ ଏଭଳି ମାସ୍କ୍ ଆସିବାରେ ଲାଗିଛି ଯାହାର ଦର ଶୁଣିଲେ ଜଣେ ସାଧାରଣ ଲୋକର ହୋସ୍ ଉଡ଼ିଯିବ। ଏହା ମଧ୍ୟରେ ବଜାରକୁ ଆସିଛି ଲକ୍ଷାଧିକ ଟଙ୍କା ମୂଲ୍ୟର ମାସ୍କ। ହଁ, ହୀରା ଖଚିତ ମାସ୍କ, ଯାହାର ଦାମ ରହିଛି ପ୍ରାୟ ଏକ ଲକ୍ଷ ୪୦ ହଜାରରୁ ୨ ଲକ୍ଷ ଟଙ୍କା । ଏପରି ହୀରା ଖଚିତ ମାସ୍କକୁ ତିଆରି କରିଛନ୍ତି ସୁରଟର ଜଣେ ହୀରା ଅଳଙ୍କାର ବ୍ୟବସାୟୀ । ବର୍ତ୍ତମାନ କରୋନା ସମୟରେ ବିଭିନ୍ନ ଡିଜାଇନର ମାସ୍କ ପାଇଁ ବରାଦ ରହୁଛି । ଏପରି ସ୍ଥିତିରେ ସୁରଟର ହୀରା ବ୍ୟବସାୟୀଙ୍କ ନିକଟକୁ ଆସିଥିଲେ ବିବାହ କରିବାକୁ ଯାଉଥିବା ଦମ୍ପତି । ଆଉ ଖାସ୍ ହୀରା ଖଚିତ ମାସ୍କ ପାଇଁ ବରାଦ ଦେଇଥିଲେ । ଆଉ ଚାହିଦା ଅନୁସାରେ ସୁରଟର ହୀରା ବ୍ୟବସାୟୀ ତିଆରି କରିଛନ୍ତି ହୀରା ଖଚିତ ମାସ୍କ । ଏହା ଦେଖିବାକୁ ଠିକ୍ ମାସ୍କ ଭଳି । କିନ୍ତୁ ତା’ ଉପରେ ସଜେଇ ହୋଇଛି ହୀରା । ତେବେ ଏହା ଆଗରୁ ପୁନେର ଜଣେ ବ୍ୟକ୍ତି ସୁନାର ଏକ ମାସ୍କ ତିଆରି କରି ପିନ୍ଧିଥିଲେ, ଯାହାର ଦାମ୍ ଏହି ହୀରା ଖଚିତ ମାସ୍କ ଠାରୁ ଅଧିକ ରହିଥିଲା । ସୁନା ମାସ୍କର ଦାମ୍ ଥିଲା ୨ ଲକ୍ଷ ୮୯ ହଜାର ଟଙ୍କା । ଦିନକୁ ଦିନ କରୋନା ମହାମାରୀ ବ୍ୟାପିଥିବା ବେଳେ ସମସ୍ତଙ୍କ ମଧ୍ୟରେ ମାସ୍କ ବ୍ୟବହାର ନେଇ ସଚେତନତା ମଧ୍ୟ ବଢୁଛି । ଏହାରି ମଧ୍ୟରେ ଦିନକୁ ଦିନ ବିଭିନ୍ନ ଡିଜାଇନର ଦାମୀ ମାସ୍କ ସବୁ ବଜାରକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ଫାସନ୍ ଡିଜାଇନରମାଭନେ ଆକର୍ଷଣୀୟ ଡିଜାଇନର ମାରସ୍କ ପିନ୍ଧିବାରେ ଲାଗି ପଡ଼ିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ