କରନା ଯୋଦ୍ଧା କେ.ସି.ଏଚ୍.ରତନମ୍ ଆର ପାରିରେ

ପାରଳଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଜଣେ କୋଭିଡ୍ ଯୋଦ୍ଧା ବରିଷ୍ଠ ସାମ୍ବାଦିକ କେ. ସି. ଏଚ୍. ରତନମ୍ ଙ୍କ ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ୍ ରେ ପରୋଲୋକ ହୋଇ ଯାଇଛି l ସାମ୍ବାଦିକ ମାନଙ୍କ ସେ ରୋଲ୍ ମଡେଲ ଥିଲେ l ତେଲୁଗୁ ଇନାଡୁ ପତ୍ରିକାରେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ହେଲା କାର୍ଯ୍ୟ କରି ଆସୁଥିଲେ l ଗଜପତି ଜିଲ୍ଲାରେ ସମସ୍ତଙ୍କ ଅତି ପ୍ରିୟ ଥିଲେ l ତାଙ୍କ ଦେହ ହୋଟାତ ଖରାପ ହୋଇଥିଲା ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଭୁନେଶ୍ଵରର ସ୍ଥିତ ହାଇଟେକ୍ ମେଡିକାଲ୍ କଲେଜ କୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ତାଙ୍କର କରନା ପୋଜେଟିଭ ଚିହ୍ନଟ ହୋଇଥିଲା l ତାଙ୍କୁ ଆଜି କୋଭିଡ୍ ହସ୍ପିଟାଲ୍ କୁ ସ୍ଥାନାନତରିତ ହେବାର ଥିଲା କିନ୍ତୁ ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିବା ମେଡିକାଲ୍ ସୂତ୍ରରୁ ଜଣାପଡିଛି l ହାଇଟେକ୍ ମେଡିକାଲ୍ କଲେଜ ର ଅଧକ୍ଷ ଡ. ତ୍ରିପତି ପାଣଗ୍ରାହୀ ଙ୍କ ସେ ଜଣେ ଉତ୍ତମ ବନ୍ଧୁ ଥିଲେ ଏଣୁ ବରିଷ୍ଠ ସାମ୍ୱାଦିକ ରତନମ୍ବ ବାବୁଙ୍କୁ ଚିକିତ୍ସା ନେଇ ନିଜେ ବୁଝା ସୁଝା କରୁଥିଲେ lସାମ୍ବାଦିକ ରତନମ୍ ବାବୁଙ୍କୁ ମୃତ୍ୟୁ ଖବର ଜଣ ପଡ଼ିବା ପରେ ଗଜପତି ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି l ତାଙ୍କ ମୃତ୍ୟୁରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ କେ. ନାରାୟଣ ରାଓ, ଜିଲ୍ଲା ବିଜେଡ଼ି ଅଧକ୍ଷ ପ୍ରଦୀପ କୁମାର ନାୟକ ମୋହନା ବିଧାୟକ ଦାଶରଥି ଗୋମାଙ୍ଗ, ସିପିଆଇ ଜିଲ୍ଲା ସମ୍ପାଦକ ଜେନସୁବାଷ୍ ଚନ୍ଦ୍ର ରାଓ, ଜିଲ୍ଲା କଂଗ୍ରେସ ସଭାପତି ବିଭୁତି ପାତ୍ର, ନଗର କଂଗ୍ରେସ୍ ସଭାପତି ବସନ୍ତ ପଣ୍ଡା, ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମୀ ରଞ୍ଜନ ମିଶ୍ର, ବାସୁଦେବ ଦାସ, ରୁପେଶ ସାହୁ, ଆଦର୍ଶ ଦାସ, ସୁଜିତ ବିଷୋୟୀ, କୃଷ୍ଣ କୁମାର ବେହେରା, ସୁଜିତ ପ୍ରଧାନ, ପ୍ରଭାତ କୁମାର ପାତ୍ର, ବୀରକିଶୋର ପଟନାୟକ,କ୍ରୀତଦାସ ବର୍ଦ୍ଧନ, ଆମୋଦବର୍ଦ୍ଧନ,ରମଗୋବିନ୍ଦ ଆଚାର୍ଯ୍ୟ, ସୀତାନାଥ ପଣ୍ଡା, ଶ୍ରୀକାନ୍ତ ମହାରଣା, ସରୋଜ ବୀର, ସରୋଜ ପାଣଗ୍ରାହୀ,ଜଗଦୀଶ ପଣ୍ଡା ବିବେଜାନନ୍ଦ ବେହେରା, ପ୍ରସାନ୍ତ ପଟନାୟକ, ପି. ଅନିଲ, ବାଳ କୃଷ୍ଣ ପାଣଗ୍ରାହୀ , ରାଜ୍ୟର ବରିଷ୍ଠ ସାମ୍ବାଦିକ ତଥା ନିବିନ ପତ୍ରିକାର ସମ୍ପାଦକ ରବି ରଥ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ