ପଥର ବର୍ଷା
ଆକାଶରୁ ସାଧାରଣତଃ ବର୍ଷା ହୋଇଥାଏ । ତେବେ ଆକାଶରୁ ପଥର ବର୍ଷା ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ମହାରାଷ୍ଟ୍ର ଗଢ଼ଚିରୋଲିଠାରେ ଥିବା ଆରମୋରିରେ ଏଭଳି ଅଭାବନୀୟ ଘଟଣା ଘଟିଥାଏ । ଏଠାରେ ପ୍ରତିଦିନ ରାତି ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏଭଳି ରହସ୍ୟମୟ କାଣ୍ଡ ହୋଇଥାଏ । ପ୍ରଥମେ ଏହାକୁ କେହି କେହି ଭୌତିକ କାଣ୍ଡ ବୋଲି ଅନୁମାନ କରୁଥିଲେ । ମାତ୍ର ପ୍ରତିଦିନ ଏଭଳି ହେବାରୁ କିଛି ବୈଜ୍ଞାନିକ ସେଠାକୁ ଯାଇ ଗବେଷଣା କରିଥିଲେ । ତେବେ ଏହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ମଧ୍ୟ ଜଣାପଡ଼ିନାହିଁ ।


