ଅନ୍ଧୁଳି ସ୍କୁଲ ରାସ୍ତା ଅବସ୍ଥା ଶୋଚନୀୟ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ମହାକାଲପଡା ବ୍ଲକ ଅନ୍ତର୍ଗତ ବଳିପାଳ ପଂଚାୟତର ମଙ୍ଗରାଜପୁର ପୋଲ ଠାରୁ ଅନ୍ଧୁଳି ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ସାମାନ୍ୟ ବର୍ଷାରେ ସାଇକେଲରେ ସେହି ରାସ୍ତାରେ ଯିବା ମଧ୍ୟ କଷ୍ଟକର ହୋଇପଡୁଛି । ରାସ୍ତା ଉପରେ ନିର୍ଭରଶୀଳ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର,ରାଜପୁର,ରତନପଡା ଗ୍ରାମବାସୀ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତୁରନ୍ତ ଉକ୍ତ ରାସ୍ତାର ମରାମତି ପାଇଁ ପଟ୍ଟାମୁଣ୍ଡାଇ ଓ ମହାକାଳପଡା ଅଂଚଳର ସତ୍ୟଜିତ ରାଉତ, ସୋମନାଥ ଦାସ, ପ୍ରୀତିରଞ୍ଜନ ସ୍ୱାଇଁ, ସୁଜୟ କୁମାର ସାହୁ, ଅଭିଷେକ ଦାସ, ସତ୍ୟବ୍ରତ ଦାସ, ପ୍ରଭାତ ରାଉତ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ