କୋଭିଡ-୧୯ ନିୟମ ଉଲ୍ଲଙ୍ଘନ କରି ଟ୍ୟୁସନ କରୁଥିବା ଶିକ୍ଷକ ନିଲମ୍ବିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କୋଭିଡ-୧୯ ନୀତିନିୟମକୁ ସଂପୂର୍ଣ୍ଣ ଉଲ୍ଲଙ୍ଘନ କରି ଛାତ୍ରଛାତ୍ରୀଙ୍କୁ ଟିଉସନ କରୁଥିବା ଜନୈକ ଶିକ୍ଷକଙ୍କୁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆଜି ନିଲମ୍ବନ କରାଯାଇଛି । ମହାକାଳପଡା ବ୍ଲକ ଅନ୍ତର୍ଗତ ବାରଡାଙ୍ଗ ଜଗମୋହନ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଧାରୀ ରାଉତ ସରକାରଙ୍କ କୋଭିଡ-୧୯ ନୀତି ନିୟମକୁ ଉଲ୍ଲଙ୍ଘନ କରି ଛାତ୍ରଛାତ୍ରୀମାନଙ୍କୁ ଟିଉସନ କରୁଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆଜି ସରକାରୀ ଚାକିରୀରୁ ନିଲମ୍ବନ କରାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଯଦି ଭବିଷ୍ୟତରେ କୈାଣସି ଶିକ୍ଷକ ଏଭଳି ଟ୍ୟୁସନ କରୁଥିବାର ନଜର ଆସେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏତଦଭିନ୍ନ ଯଦି କୈାଣସି ଠାରେ ବେସରକାରୀ ଶିକ୍ଷକ ଏଭଳି କରୁଥାନ୍ତି ତେବେ ତାଙ୍କ ବିରୋଧରେ ମଧ୍ୟ କୋଭିଡ-୧୯ ଆଇନ ଅନୁଯାଇ ଫୈାଜଦାରୀ ମକ୍କଦ୍ଦମା ରୁଜୁ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସିଂ କହିଛନ୍ତି ।


