ମୟୂରଭଂଜରେ ୨୨ ଆକ୍ରାନ୍ତ, ବହଳଦା ୧୩ ଛୁଇଁଲା
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ସୋମବାର ସ୍ବାବଲମ୍ବୀ ଟେଷ୍ଟ ରିପୋର୍ଟ ଅନୁସାରେ ମୟୂରଭଂଜ ଜିଲ୍ଲାରେ ୨୨ ଆକ୍ରାନ୍ତକୁ ଚିହ୍ନଟ କରାଯାଇ ବାଙ୍କିଶୋଳ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।୧୦ ଜଣ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର,୧୦ ଜଣ ସ୍ଥାନୀୟ,୨ ଜଣ ହୋମ କ୍ବାରେଣ୍ଟିରେ ଚିହ୍ନଟ କରାଯାଇଛି । ବାରିପଦା ମ୍ୟୁନିସିପାଲଟି-୧, ଗୋପବନ୍ଧୁ ନଗର-୧,ବେତନଟି-୧, କରଂଜିଆ-୧,ସାରସକଣା-୧,ଶାମାଖୁଣ୍ଟା-୧,ସୁକ୍ରଙଳି-୧,କୁଳିଅଣଖ-୧,ବହଳଦା-୫, ବଡ଼ସାହି-୫ ଜଣ ଆକ୍ରାନ୍ତ । ତନ୍ମଧ୍ୟରୁ ୧୨ଜଣ ପ୍ରବାସୀ । ବହଳଦା ବ୍ଲକର ପାହାଡ଼ପୁର -୩ ଏବଂ କୁମ୍ଭିରଦା-୨ ଆକ୍ରାନ୍ତ । ସୋମବାର ସୁଦ୍ଧା ବହଳଦାରେ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


