ମୟୂରଭଂଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀଙ୍କ ଦେହାନ୍ତ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀଙ୍କ  ଭଂଜଦେଓ(୯୪) ବାରିପଦା ବେଲଗଡିଆ ଉଆସରେ ରବିବାର ରାତିରେ ଖାଇ ପିଇ ସାରି ଶୋଇବା ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀଙ୍କ ନେପାଳ ରାଜ ପରିବାରର ନରେଶ ତ୍ରିଭୁବନ ବୀର ବିକ୍ରମ ଶାହା ଓ ମାତା ରାଣୀ କାନ୍ତିଙ୍କ ଅଲି ଅଳି କନ୍ୟା ୧୯୨୭ ମସିହା ଫେବୃଆରୀ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।୧୯୫୨ ମସିହା ଫେବୃଆରୀ ୮ରେ ମୟୂରଭଂଜ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କୁ ବିବାହ କରିଥିଲେ । ତାଙ୍କର ୩ ଝିଅ ଏବଂ ଏକମାତ୍ର ପୁଅ ପ୍ରବୀଣ ଚନ୍ଦ୍ର ଭଂଜଦେଓ ଅଛନ୍ତି । ତାଙ୍କର ବଡ଼ଝିଅ ସ୍ବର୍ଗତ ପ୍ରଭାମଂଜରୀ ଦେବୀ,ମଝିଆ ଝିଅ କଳାହାଣ୍ଡି ରାଜମାତା ପଦ୍ମାମଂଜରୀ ଦେବୀ, ଏବଂ ସାନ ଝିଅ ସ୍ନେହାର୍ଥୀ ରାଧା ଏବଂ ପୁଅ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଭଂଜଦେଓ ।ସ।ବାସୀ ପ୍ରଦୀପ ଭଂଜଦେଓଙ୍କର ୨୦୦୦ ମସିହାରେ ଦେହାନ୍ତ ହୋଇଥିଲା । ସେ ଜଣେ ଧର୍ମପରାୟଣ , ସମାଜ ସଂସ୍କାରକ, ମିଷ୍ଟଭାଷୀ,କ୍ରୀଡା,କଳା, ସଂସ୍କୃତି ପ୍ରେମୀ ମହିଳା ଥିଲେ । ତାଙ୍କ ଯୋଗୁଁ ମୟୂରଭଂଜ ଏବଂ ନେପାଳ ମଧ୍ୟରେ ଏକ ସୁସଂପର୍କର ସେତୁ ଯୋଡ଼ି ହୋଇଥିଲା ।ନେପାଳରେ ମୟୂରଭଂଜ ବାସୀଙ୍କୁ ବହୁତ ସମ୍ମାନ ଓ ଆତିଥ୍ୟ ପ୍ରଦାନ କରାଯାଉଥିଲା । ରାଜ ପୁରୋହିତଙ୍କ ଦ୍ଵାରା ରାଜ ପରିବାରର ରୀତିନୀତି ଅନୁସାରେ ରାଜମାତାଙ୍କୁ ବୁଢାବଳଙ୍ଗ ନଦୀକୂଳ ସହରସାହିସ୍ଥିତ ରାଜ ପରିବାରର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ମୃତ୍ୟୁରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ