ଛତୁ ଫୁଟିଲା ଭଳି ଖୋଲୁଛି କୋଚିଂ ସେଂଟର : ଆର୍ଥୀକ ଶୋଷଣର ଶିକାର ହେଉଛନ୍ତି ଶିକ୍ଷାର୍ଥୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳ ଗୁଡ଼ିକରେ ଛତୁ ଫୁଟିଲା ଭଳି ଖୋଲି ଉଠୁଛି କୋଚିଂ ସେଟଂର । ମଫସଲ ଏବଂ ଗ୍ରାମାଂଚଳରୁ ଗରିବ ଓ ମଧ୍ୟବିତ ଶ୍ରେଣୀ ପରିବାରର ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ଆସି ଏହି କୋଚିଂ ସେଟଂର ଦ୍ୱାରା ଶୋଷଣର ଶିକାର ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଞାନ ମହାବିଦ୍ୟାଳୟ ସମେତ ସ୍ଥାନୀୟ ବ୍ଳକ ପୋଚିଲିମା ସ୍ଥିତ ଖାମ୍ବେୟା ଦୋରା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ(କନିଷ୍ଠ ମହାବିଦ୍ୟାଳୟ) ସମେତ ସ୍ଥାନୀୟ ପୌରାଂଚଳରେ ଅବସ୍ଥାପିତ ୩ ଟି ଉଚ୍ଚ ବିଦ୍ୟାଳୟ ପ୍ରଭୃତି ସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପରିସ୍ଥିତି ଚାପରେ ପଡ଼ି କୋଚିଂ ଯିବାକୁ ବାଧ୍ୟ ହେଉଛନ୍ତି । ହିଞ୍ଜିଳିକାଟୁ ସହରରେ ଅବସ୍ଥିତ କଲେଜ ଓ ହାଇସ୍କୁଲର ଶିକ୍ଷକ ତଥା ଅଧ୍ୟାପକ ମାନେ ଏହି କୋଚିଂ ସେଟଂର ଗୁଡ଼ିକୁ ଚଲାଉଥିବା ବେଳେ ନାମକୁ ମାତ୍ର ମ୍ୟାନେଜର କମ୍ ମାଲିକ ଭାବେ ଜଣେ ଜଣେ ବ୍ୟକ୍ତିଙ୍କୁ ରଖିଛନ୍ତି । କଲେଜ ଓ ବିଦ୍ୟାଳୟ ଅଧ୍ୟାପନା ଦାୟିତ୍ୱରେ ଥିବା ଶିକ୍ଷକ ଓ କର୍ମଚାରୀ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଢଙ୍ଗରେ ହଇରାଣ କରିବା ସହ ସୋମନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତଥା ଚାପ ପ୍ରୟୋଗ କରି କୋଚିଂ ସେଟଂରକୁ ଆସିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । କେବଳ ହିଞ୍ଜିଳିକାଟୁ ପୌରାଂଚଳରେ ଏଭଳି ପ୍ରାୟ ୩୦ ରୁ ଉଦ୍ଧ୍ୱର୍ କୋଚିଂ ସେଟଂର ରହିଛି । ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଚିଠି ନଂ- ୨୧୩୬୨/୦୧.୦୮.୨୦୧୬ ମୁତାବକ କୌଣସି ବେତନଭୋଗୀ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଛାତ୍ର ଛାତ୍ରୀ ମାନଙ୍କୁ ସରକାରୀ ଶିକ୍ଷାନୁଷ୍ଠାନ ବ୍ୟତୀତ ଘରୋଇ ଟ୍ୟୁସନ କିମ୍ବା କୋଚିଂ ସେଟଂରରେ ଅର୍ଥ ଆଦାୟ କରି ଶିକ୍ଷା ପ୍ରଦାନ କରିବା ବେଆଇନ । ଏପରି କଲେ କିମ୍ବା ଏହାର କୌଣସି ପ୍ରମାଣ ମିଳିଳେ ସୂଚନା ଅଧିକାର ଆଇନର ଧାରା ୨୮ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିୟମ ରହିଛି । ସରକାରଙ୍କ ପକ୍ଷରୁ କଡ଼ାକଡ଼ି ଭାବେ ନିୟମ ରହିଥିଲେ ମଧ୍ୟ ହିଞ୍ଜିଳିକାଟୁ ସହରରେ ମାଳମାଳ ଛତୁଫୁଟିଲା ଭଳି କୋଚିଂ ସେଟଂର ଖୋଲିଥିବା ପରିଲିକ୍ଷିତ ହେଉଛି । ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ବହୁ ପ୍ରକାର ନିୟମ ପ୍ରଚଳନ କରାଯାଇଥିଲେ ମଧ୍ୟ ଏ ସବୁ କେବଳ କାଗଜ କଲମରେ ସିମୀତ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ବିଞାନ ଓ ବାଣିଜ୍ୟ ବିଭାଗର ଅଧ୍ୟାପକ, ଅଧ୍ୟାପିକା ମାନେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଓ ପ୍ରାକ୍ଟିକାଲ ବିଷୟରେ କମ୍ ନମ୍ବର ଦେବାର ଭୟ ଦେଖାଇ କୋଚିଂ ସେଟଂରକୁ ଯିବାକୁ ପରୋକ୍ଷରେ ବାଧ୍ୟ କରାଯାଉଥିବା ନେଇ କିଛି ମେଧାବୀ ଶିକ୍ଷାର୍ଥୀ ନିଜ ନାମକୁ ଗୋପନ ସର୍ତରେ କହିଛନ୍ତି । ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ପୌରାଂଚଳର ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ବିଭିନ୍ନ କୋଚିଂ ସେଟଂର ଅବସ୍ଥାପିତ ଥିବା ଯୋଗୁଁ ଶିକ୍ଷାର୍ଥୀ ମାନଙ୍କ ସାଇକେଲ ଜମା ହୋଇ ରହିବା ଦ୍ୱାରା ବହୁ ସମୟରେ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାର ନଜର ରହିଛି । ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ପ୍ରଦାନ କରି ସରକାରୀ ବେତନଭୋଗୀ ଯେଉର୍ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କୋଚିଂ ସେଟଂରରେ ଲିପ୍ତ ରହୁଛନ୍ତି, ସେମାନଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ