କରୋନା କଟକଣା ଯୋଗୁଁ ଖୋଲୁନି କମାରଶାଳ: ସରକାରୀ ସହାୟତାକୁ ଚାହିଁ ବସିଛନ୍ତି କମାର ସମ୍ପ୍ରଦାୟ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାରା ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଛି । ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । କରୋନାକୁ ପ୍ରତିହିତ କରିବା ଲାଗି ସରକାର ବହୁ କଟକଣା ଜାରି କରିବା ସହ ଜନ ସଚେତନ ସୃଷ୍ଟି କରୁଛନ୍ତି । ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରାଇବା ସହ ସାମାଜିକ ଦୂରତ୍ୱ ବଜାୟ ରଖି କରେନା ଭଳି ମହାମାରୀ ବିପତିରୁ ରକ୍ଷା ପାଇବା ସକାଶେ ସଚେତନ କରାଉଥିବାର ଦେଖିବାକୁ ମିଳୁଛି । ଗୋଟିଏ ପଟେ କରେନାକୁ ପ୍ରତିହିତ କରିବା ପାଇଁ ସରକାର ଲକଡ଼ାଉନ, ସଟଡ଼ାଉନ ଜାରି କରିବା ସହ ଦିନକୁ ଦିନ ଅବଧି ବୃଦ୍ଧି କରି ଆସୁଛନ୍ତି । ଏଭଳି ଦୁର୍ଦ୍ଦିନ ସମୟରେ ବହୁ କ୍ଷୁଦ୍ର ବ୍ୟବସାୟୀ ଓ କୁଟୀରଶିଳ୍ପ ବୃତିକୁ ଆଦରି ନେଇଥିବା ବ୍ୟକ୍ତି ମାନେ ଘୋର ଆର୍ଥେୀକ ସଙ୍କଟ ଦେଇ ଗତି କରୁଥିବା ବେଳେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଛି । ଦିନ ଥିଲା ଲୁହାରେ ତିଆରି ଯେ କୌଣସି ଏକ ବସ୍ତୁ, ଅସ୍ତ୍ରଟିଏ ପାଇଁ ଖୋଜା ପଡ଼ୁଥିଲା କମାରଶାଳ । ମାଟି କୋଳିବା ପାଇଁ ଶଶବଳ, କୋଦଳ ଠାରୁ ଆରମ୍ଭ କରି କଟୁରୀ, କୁରାଢି, ଦା’, ନିହାଣ, ବାରିଶି ଆଦି ଆବଶ୍ୟକୀୟ ଜିନିଷ ତିଆରି କରିବା ଲାଗି ଦୌଡ଼ିବାକୁ ପଡ଼ୁଥିଲା କମାରଶାଳକୁ । ଆଉ କମାର ସମ୍ପ୍ରଦାୟର ଲୋକେ ନିଜ କମାରଶାଳରେ ନିଖୁଣ ଭାବେ ପ୍ରସ୍ତୁତ କରି ଗ୍ରାହକଙ୍କୁ ଧରାଇ ଦେଇ ବେଶ ୨ ପଇସା ରୋଜଗାର କରି ଆସୁଥିଲେ । ଆଧୁନିକ ଛାପରେ ବିଭିନ୍ନ କଳକାରଖାନା ଗଢି ଉଠିବା ପରେ ଖୁବ୍ କମ୍ ସମୟ ମଧ୍ୟରେ ଅତ୍ୟାଧୁନିକ ଯନ୍ତ୍ରପାତି ତିଆରି ହୋଇପଡ଼ିଲା । ଯଦ୍ୱାରା କମାର ସମ୍ପ୍ରଦାୟର ବ୍ୟକ୍ତି ମାନେ ଆର୍ଥୀକ ସଙ୍କଟ ଦେଇ ଗତି କରିବା ସହ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଲା । ହେଲେ ପରିବାର ପ୍ରତିପୋଷଣ କରିବା ସକାଶେ କିଛି କମାର ସମ୍ପ୍ରଦାୟର ଲୋକେ ଦାଦନ କଟିବାକୁ ବାହାର ରାଜ୍ୟକୁ ଚାଲି ଯାଇଥିବା ବେଳେ କିଛି ବ୍ୟକ୍ତି ଗ୍ରାମରେ ହିଁ ରହି କୌଳିକ ବୃତିକୁ ଆଦରି ନେଇ କମାରଶାଳ ଚଲାଇ କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରି ଆସୁଥିଲେ । ବିଶେଷ କରି ବର୍ଷାଋତୁ ଆରମ୍ଭରେ ଚାଷ କାର୍ଯ୍ୟ ଲାଗି ଦରକାର ପଡ଼ୁଥିବା ଲଙ୍ଗଳ, ଶାବଳ, କୋଦଳ ଓ ଧାନକଟା ସମୟରେ ଦା’ ପ୍ରସ୍ତୁତ କରି କିଛି ମାତ୍ରାରେ ପରିବାର ପ୍ରତିପୋଷଣ କରି ସୁଖଦୁଃଖରେ ପରିବାର ଚଲାଇ ଆସୁଥିଲେ । ହିଞ୍‌ଜିଳିକାଟୁ ପୌରାଂଚଳର ବସଷ୍ଟାଣ୍ଡ ନିକଟବର୍ତି ଅଂଚଳ, ହିଞ୍ଜିଳି ଗ୍ରାମ ସମେତ କଲେଜ ଛକ ନିକଟରେ ଏବଂ ସ୍ଥାନୀୟ ବ୍ଳକର ବୁରୁପୋଡ଼ା, ପୋଡ଼ିଙ୍ଗି, ପିତଳ, ବେଲଗାଁ, ରାଳବ, ସିକିରି, ଡ଼ି.ପାଟପୁର, ଭାବନ୍ଦ ପ୍ରଭମୃତି ଗ୍ରାମାଂଚଳେ;ର ଏବେ ବି କିଛି କମାର ସମ୍ପ୍ରଦାୟର ବ୍ୟକ୍ତି କମାରଶାଳ କରି କାଠ ଅଙ୍ଗାରର ପ୍ରଖର ନିଆଁରେ ଲୁହା ପିଣ୍ଡକୁ ଗରମ କରି ହାତୁଡ଼ରେ ବାଡ଼େଇ ବିଭିନ୍ନ ପ୍ରକାର ଲୁହାରେ ତିଆରି ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଥିବାର ଦେଖିବାକୁ ମିଳୁଛି । ହେଲେ କରୋନା ସଂକ୍ରମଣ ଯୋଗୁଁ ଅଂଚଳର ପ୍ରାୟ ସମସ୍ତ କମାରଶାଳରେ ତାଲା ପଡ଼ିଛି । କରୋନା ପ୍ରଭାବରେ ଦୀର୍ଘ ୪ ମାସ ଧରି କଟକଣା ବଳବତର ରହିଥିବାରୁ ଏବଂ ଆଗାମୀ ଦିନରେ କଟକଣା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ଥିବାରୁ ସଙ୍କଟରେ ପଡ଼ିଛନ୍ତି କୌଳିକ ବୃତିକୁ ଆଦରି ନେଇଥିବା କମାର ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ।ସରକାର କୁଟୀରଶିଳ୍ପ , ହସ୍ତ ଶିଳ୍ପଏବଂ ବିଭିନ୍ନ କୌଳିକ ବୃତି ଧାରୀ ମାନଙ୍କ ପାଇଁ ଯୋଜନା ପ୍ରଣୟନ କରି ସହାୟତା ପ୍ରଦାନ କରି ଆସୁଛନ୍ତି ହେଲେ ପରିତାପର ବିଷୟ କମାର ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ମାନେ କମାରଶାଳ କରି ବହୁ ଦୁର୍ଦ୍ଦିନରେ ପରିବାର ପ୍ରତିପୋଷଣ କରୁଥିଲେ ମଧ୍ୟ ଏଯାବତ୍ ସେମାନଙ୍କ ପାଇଁ ସରକାରୀ ସହାୟତା ପ୍ରଦାନ କରାଯାଉନଥିବା ନେଇ ସ୍ଥାନୀୟ ଅଂଚଳର ବହୁ କମାର ସମ୍ପ୍ରଦାୟର ବ୍ୟକ୍ତି କହିଛନ୍ତିି । ଏଭଳି ଶ୍ରେଣୀର ବ୍ୟକ୍ତିଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।
ଫଟୋ-

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ