ବ୍ୟବସାୟ ଯୋଜନା ସମୀକ୍ଷା ବୈଠକ
ଛତ୍ରପୁର,(ଓ୍ବାଇଏନଏସ): ଖଲିକୋଟ ଉପ ଡାକ ଘର ପରିସର ରେ ବାର୍ଷିକ ବ୍ୟବସାୟ ଯୋଜନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ଡାକ ପରି ମଣ୍ଡକ ର ମହା ଡାକ ପାଳ କର୍ଣ୍ଣଲ ବିନୋଦ କୁମାର ଉକ୍ତ ବୈଠକ ରେ ଯୋଗଦେଇ ଖଲ୍ଲିକୋଟ ଉପ ଡାକଘର ଓ ଖଲିକୋଟ ଅର୍ ଏସ ଉପ ଡାକ ଘର ଅଧିନସ୍ଥ ଶାଖା ଡାକ ପାଳ ଓ ସହ ଶାଖା ଡାକ ପାଳ ମାନଙ୍କୁ ଗ୍ରାମ୍ୟ ସ୍ତରୀୟ ମିଡିଆ ପୋଷ୍ଟ ର ବିପୁଳ ପ୍ରଚାର,ସ୍ୱଳ୍ପ ସଂଚୟ ଯୋଜନା ରେ ଗ୍ରାମାଞ୍ଚଳ ର ଶତ ପ୍ରତିଶତ ଲୋକଙ୍କୁ ଅନ୍ତର୍ଭୁକ୍ତ। କରିବା, ସ୍ଵୟ ସହାୟିକା ଗୋଷ୍ଠୀ ସଦସ୍ୟl ଙ୍କୁ ଗ୍ରାମୀଣ ଡାକ ଜୀବନ ବୀମା ଯୋଜନା ରେ ଅନ୍ତର୍ଭୁକ୍ତ କରିବାକୁ , ଏଭଳିକି ଗ୍ରାମୀଣ ଡାକ ଜୀବନ ବୀମା ର ଏଜେନ୍ସୀ ନେବାକୁ ପ୍ରୋତ୍ସାହିତ କରିବା , ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାରେ ଆସୁଥିବା ପାରିଶ୍ରମିକ ଓ ଭତl ରାଶି କୁ ହିତାଧିକରୀଙ୍କ ଘର ନିକଟରେ ଆଇ ପି ପି ବି ମାଧ୍ୟମ ରେ ପେମେଣ୍ଟ କରିବା , ଗ୍ରାମାଞ୍ଚଳ ଲୋକଙ୍କ ନିକଟ ସମ୍ପର୍କୀୟ ମାନେ ବ୍ଦେଶ ବିଦେଶରେ ରହୁଥିଲେ , ତାଙ୍କ ଆତ୍ମୀୟ ଙ୍କ ଠାରୁ ପାର୍ସେଲ ସଂଗ୍ରହ କରି ପଠାଇବା l ଅନ୍ୟାନ୍ୟ ଡାକ ସେବାକୁ ଆନ୍ତରିକତା ସହ ସମ୍ପାଦନ କରି ଡାକ ବିଭାଗ କୁ ଲୋକମାନଙ୍କର ଅଧିକ ନିକଟତର କରିବାକୁ ପରାମର୍ଶ ଦେଇଥିଲେ l ଏହି ଅବସର ରେ ଛତ୍ରପୁର ସହ ଡାକ ଅଧିକ୍ଷକ ଜୱହlର ରାଓ, ଖଳିକୋଟ ଉପ ଡାକ ପାଳ ଆଶିଷ କୁମାର ବେହେରା , ମେଲ୍ ଓଭର୍ସୀର ଶିବରାମ ପଣ୍ଡା , ଡାକ ସେବକ ଯମୁନା ସାହୁ, କୃଷ୍ଣ ଚନ୍ଦ୍ର ବେହେରା, ସୁଗ୍ୟାନି ପଣ୍ଡା, ପାର୍ଥ ସାରଥୀ ସାହୁ,ଚିତ୍ରସେନ ସାହୁ,ଦୁର୍ଯ୍ୟୋଧନ ସାହୁ, ଚନ୍ଦନ କୁମାର ପଣ୍ଡା, ସବ୍ୟସଚୀ ଦାସ, ମୋନାଲିସା। ପାଣିଗ୍ରାହି, ସୁରଥ ସ୍ୱାଇଁ, ଶର୍ମିଷ୍ଠା ମଲ୍ଲିକ ରାମ କୃଷ୍ଣ ମହାରଣା, ବର୍ଷା ନାୟକ,କବିରାଜ ସାହୁ, ଅଭିମନ୍ୟୁ ସବାର,ନିତ୍ୟାନନ୍ଦ ସ୍ଵାଇଁ, ସମୀର ବେହେରା, ସରସ୍ୱତୀ ସାହୁ ପ୍ରମୁଖ ଯୋଗଦେଇଥିଲେ l


