ଘରେ ରୁହନ୍ତୁ,ସୁସ୍ଥ ରୁହନ୍ତୁ ବାର୍ତ୍ତା ଦେଇ ଘରେ ଘରେ ପହଂଚାଇଲ ଅତ୍ୟାବଶ୍ୟାକ ସାମଗ୍ରୀ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ରା.ଉଦୟଗିରି ବିଶ୍ୱରେ କୋରନାର କାୟା ବିସ୍ତାର କରିଚାଲିଥିବା ବେଳେ ସବୁଠି ଲକଡଉନ, ସଟଡଉନ ଚାଲିଥିବା ବେଳେ ରା.ଉଦୟଗିରି ବ୍ଲକ ସ୍ଥାନୟ ପଞ୍ଚାୟତରେ ମଧ୍ୟ୍ୟ ୬ଟି କୋରନା ଚି଼ହ୍ନଟ ହେବା ପରେ ସେଥିରୁ ରା.ଉଦୟଗିରିର ତିନୋଟି ସାହିର ୩ଜଣ କୋରନା ଯୋଦ୍ଧା ଯଥା ତକ୍ତର,ମେଡିକାଲ କର୍ମଚାରୀ, ପୋଲିସ ଡ୍ରାଇଭର ଚି଼ହ୍ନଟ ହେବା ପରେ ତିନୋଟି ସାହିକୁ କୋଂଟେନମେଣ୍ଟ ଜୋନ ଘେଷଣା କରିବା ପରେ, ରା.ଉଦୟଗିରି ସରପଞ୍ଚ ସଂଯୁକ୍ତା ପୂଜାରୀ ଜିଲ୍ଲାପାଳ କ୍ଷମତା ପ୍ରୋୟାଗ କରି ଚାରି ଦିନ ସମ୍ପୂର୍ଣ ଲକଡ଼ାଉନ ଘେଷଣା କରିଥିଲେ l ଏହାକୁ ଦୃଷ୍ଟିରେ ରଖି ରା.ଉଦୟଗିରିର କିଛି ଉଚ୍ଚ ଶିକ୍ଷିତ ଯୁବକ ରଘୁନାଥ ରାୟ ପାଇକ, ଅନିଲ କୁମର ସାବତ, ନାରାୟଣ ପାଇକ, ସୁନୀଲ ବଡନାୟକ, ଜ୍ଞାନ ରଞ୍ଜନ ଦାସ, ଗଣେଶ ଗୌଡ଼ ଓ କିଛି ସାଙ୍ଗ ସାଥି ମାନେ ମିଶି ବିଡିଓ ପ୍ରଦୀପ ନାୟକଓ ସରପଞ୍ଚଙ୍କ ଶ୍ରୀମତି ପୂଜାରୀନିର୍ଦେଶ କ୍ରମେ ଲୋକଙ୍କ ପାଖରେ ଅତ୍ୟାଵଶ୍ୟକ ସାମଗ୍ରୀ ପହଞ୍ଚେଇବା ସହ 6ଟି ହେଲ୍ପଲାଇନ ନୁମ୍ବର ମଧ୍ୟ୍ୟ ଜାରି କରାଯାଇଛି l ଯାହା ଫଳରେ ଲକେ ଘରୁ ନ ବାହାରି ଫୋନ ମଧ୍ୟ୍ୟମାରେ ନିଜର ସାମଗ୍ରୀ ଏସେମେସ କିମ୍ବା କଲ କଲେ ଲୋକଙ୍କ ପାଖରେ ଜିନିଷ ପହଂଚି ପାରୁଛି l ଏହାକୁ ବୁଦ୍ଧି ଯିବି ମହଲରେ ସାଧୁ ଵାଦ ଦେବା ସହ ଏପରି କାର୍ଯ୍ୟ କୁ ଲୋକେ ବହୁତ ପ୍ରସଂଶା କରିଥିଲେ ରା.ଉଦୟଗିରି ବିଡ଼ିଓ ପ୍ରଦୀପ କୁମାର ନାୟକ l