ପୋଖରୀରେ ବୁଡିଯାଇ ବୃଦ୍ଧଙ୍କ ମୃତ୍ୟୁ
ହାଟଡିହି, (ଓ୍ବାଇଏନ୍ଏସ୍) : ପଢ଼ିଆରିପଲ୍ଲୀ ପଞ୍ଚାୟତର କାହାଳିଆଗଡିଆ ଗ୍ରାମରେ ପୋଖରୀକୁ ଶୌଚ ହେବାକୁ ଯାଇ ଜଣେ ବୃଦ୍ଧ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ବିପିନ ମହାକୁଡ(୭୬) ନାମକ ଜଣେ ବୃଦ୍ଧ ଆଜି ସକାଳୁ ଶୌଚ ପାଇଁ ନିକଟସ୍ଥ ରଟିଣା ଖଣି ପୋଖରୀକୁ ଯାଇଥିବାବେଳେ ସେଠାରେ ଅସାବଧାନତାରୁ ପାଣିରେ ବୁଡିଯାଇ ମୃତ୍ୟୁ ବରଣ କରିଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବାପରେ ମଧ୍ୟ ତାଙ୍କର ସନ୍ଧାନ ପାଇନଥିଲେ । ଆଜି ପୋଖରୀରେ ଶବ ଭାଷିବାପରେ ଯାଇ ପାଣିରେ ବୁଡିଯାଇ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଜାଣିବାକୁ ପାଇବାପରେ ପୁଲିସକୁ ସୁଚନା ଦେଇଥିଲେ । ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବକୁ ପୋଷ୍ଟମଟମ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି ।


