ଲଗାଣ ବର୍ଷା ରେ ବେହାଲ ସୋରଡା ବାସୀ

ସୋରଡା : ଦୁଇ ଦିନ ଲଗାଣ ବର୍ଷାରେ ବର୍ତମାନ ବେହାଲ ହେଲେଣି ସହରବାସୀ। ଲଗାଣ ବର୍ଷ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାଭିତ ହେବାରେ ଲାଗିଛି। ସକାଳୁ ଦିନ ତମାମ ବର୍ଷା ଯୋଗୁଁ ଯାତାୟତ ସମେତ ଅନ୍ୟାନ କାର‌୍ୟ୍ୟ ପାଇଁ ବାହାରକୁ ବାହାରିବା କଷ୍ଟ ସାଧ୍ୟ ହେବାରେ ଲାଗିଛି। ସୋରଡା ବ୍ଲକ ବିଭିନ ପ୍ରାନ୍ତ ରୁ ସହର ର ବିଭିନ୍ନ କାର୍ଜ୍ୟାଳୟ ଉପରେ ନିର୍ଭର କରି ଆସୁଥିବା ଲୋକ ମାନେ ନାହିନଥିବା ଅସୁବିଧା ର ସମୁଖୀନ ହେବାରେ ଲାଗିଛନ୍ତି। ରାସ୍ତା ତମାମ ପାଣିକାଦୁଅ। ଅନ୍ୟପଟେ କିନ୍ତୁ ଚାଷିକୁଳ ଏହି ବର୍ଷା କୁ ନେଇ ସାମାନ୍ୟ ଆଶ୍ଵସ୍ତ ଲାଭକରିଛି। ବହୁଦିନ ଧରି ବର୍ଷା ର ଅଭାବ ଯୋଗୁଁ ଫସଲ ପ୍ରଭାବିତ ହେବା ନେଇ ଚାଷିକୁଳ ହତାସ ହେବାରେ ଲାଗିଥିବା ବେଳେ ଏହି ବର୍ଷା ବର୍ତମାନ ଫସଲ ଅମଳର ଆଶାକୁ ପୁଣିଥରେ ଜାଗ୍ରତ କରିଛି। ଚାଷିକୁଳ ବର୍ତମାନ ସମୟ ଅପଚୟ ନ କରି ବିଲ ରେ ରୋଇବା କାର‌୍ୟ୍ୟ ପାଇଁ ବ୍ୟସ୍ତ। ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଋଷିକୁଲ୍ୟା ନଦୀ ଜଳପତନ ବଢିବାରେ ଲାଗିଛି। ଗତ ତିତିଲି ପରଠାରୁ ନଦୀ କୁଳ ଗୁଡିକ ବ୍ୟାପକ କ୍ଷ୍ୟତିଗ୍ରସ୍ତ ହୋଇଛି ଯାହା ର ମରାମତି ଏଯାବତ ସରିନି କେବଳ ଅସ୍ଥାଇ ଭାବେ ଅନେକ ନଦୀ ତଟ ନିର୍ମାଣ ହୋଇଛି। ଆଗାକୁ ଲଗାଣ ବର୍ଷା ର ସମ୍ଭାବନାକୁ ଏଡାଇଦିଆଯାଇ ନପାରେ। ତେଣୁ ନଦୀ ତଟ ବାସୀ ନଦୀ ଜଳପତନ ବୃଦ୍ଧି କୁ ନେଇ ପୁଣିଥରେ ଭୟଭୀତ ହେବାରେ ଲାଗିଛନ୍ତି। ଅନ୍ୟପଟେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଏହି ଲଗାଣ ବର୍ଷା ଯୋଗୁଁ ବିଦ୍ୟାଳୟ କୁ ଜୀବା କଷ୍ଟ ହେଉଛି। ଏହାକୁ ଦେଖି ବିଦ୍ୟାଳୟ ଗୁଡିକ ଛୁଟି ଘୋଷଣା ମଧ୍ୟ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଥିବା ଦେଖିବାକୁମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ