ଆବଶ୍ୟକିୟ ଶିକ୍ଷକ ନଥିବାରୁ ପାଠ ପଢାରୁ ବଞ୍ଚିତ ହେଉଛନ୍ତି ବିଦ୍ୟାର୍ଥୀ

ରାଇକିଆ ବ୍ଲକ ରଣବା ପଞ୍ଚାୟତର ବାଦଗଡ଼ ସେବାଶ୍ରମ ବିଦ୍ୟାଳୟରେ ଆବଶ୍ୟକିୟ ଶିକ୍ଷକ ପଦବୀ ଖାଲିପଡିଥିବା ନେଇ ଅଭିଭାକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ବାଦଗଡ଼ ସେବାଶ୍ରମ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏ ୨୨୩ ଜଣ ଛାତ୍ରଛାତ୍ରୀ ଅଧ୍ୟାୟନ କରୁଥିବା ବେଳେ ମାତ୍ର ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏ ନିଯୁକ୍ତି ହୋଇଛନ୍ତି। ଯାହାରି ଫଳରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ ବିଭିନ୍ନ ସମସ୍ୟା ଉପୁଜୁଥିବା ବେଳେ ଆବଶ୍ୟର୍କିୀୟ ଶ୍ରେଣୀ ଗୃହ ନାହିଁ।ଏଣୁ ଏଦିଗରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଆବଶକ୍ୟ ଶିକ୍ଷକ ଓ ଶ୍ରେଣୀ ଗୃହ ଯୋଗାଇଦେବାକୁ ଅଭିଭାବକଙ୍କ ମହଲରୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ