“ମାର୍କେଟ୍ ଗଲେ ମାଡ଼ ଖାଇବି କାହିଁକି ତେଣୁ ଘରେ ହିଁ ବିକ୍ରୀ କରୁଛି”
ରାଇକିଆ, (ପ୍ରଦୀପ କୁମାର ବେହେରା):କନ୍ଧମାଳ ଜିଲ୍ଲା ରାଇକିଆ ସହର ଏବଂ ଏହାର ଆଖପାଖ ୧୩ ଟି ଗ୍ରାମ ଗତ ୮ ଦିନ ହେଲା କଣ୍ଟେନ ମେଣ୍ଟ ଜୋନ ଘୋଷଣା ପରେ କଡ଼ା କଟକଣା ମଧ୍ୟରେ ରହିଛି । ଲୋକଙ୍କୁ ବାହାରକୁ ବାହାରିବା ମନା । ଦୋକାନ ବଜାର, ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ । ଏହାର ସିଧା ପ୍ରଭାବ କ୍ଷୁଦ୍ର ବ୍ୟବସାୟୀ ଓ ଚାଷୀ ଙ୍କ ଉପରେ ପଡୁଛି । ଯେଉଁ ଚାଷୀ ମାନଙ୍କ ପନିପରିବା ଉତ୍ପାଦନ ହେଉଛି ତାହା ବଜାରକୁ ଆଣି ଆଉ ବିକ୍ରିବଟା ହୋଇ ପାରୁ ନାହିଁ । ଅତ୍ୟନ୍ତ କମ୍ ଦର ରେ ନିଜ ଗାଁ ରେ ଘରେ ରହି ବିକ୍ରି କରୁଛନ୍ତି । ଏ ନେଇ ଗମାଣ୍ଡି ଅଞ୍ଚଳ ର ଜଣେ ଚାଷୀ ସନ୍ତୋଷ ଦିଗାଲ କୁହନ୍ତି କଡ଼ା କଟକଣା ଥିବାରୁ ବଜାର କୁ ପୋଲିସ ମାଡ଼ ଖାଇବାକୁ ପଡୁଛି । ବରଂ କମ୍ ଦର ହେଉ ପଛେ ଘରେ ରହି ବିକ୍ରି କରୁଛି ।


