ବଗଦା କାଶିପୁର-ତରଡିପାଳ ରାସ୍ତା ଶୋଚନୀୟ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଗଦା କାଶିପୁର-ତରଡିପାଳ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ପ୍ରଶାସନ, ଜନପ୍ରତିନିଧି କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଜରୁରୀସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ଗ୍ରାମ ଭିତରକୁ ଯାଇପାରୁନଥିବା ଲୋକେ କହିଛନ୍ତି । ମୋରମ ମାଟିରେ ତିଆରି ଏହି ରାସ୍ତାଟି ବହୁବର୍ଷ ହେଲା ମରାମତି ହୋଇନଥିବାରୁ ରାସ୍ତାର ଅବସ୍ଥା ଏପରି ହୋଇଛି । ରାସ୍ତାର ଅଧିକାଂଶ ସ୍ଥାନ ଦବି ଯାଇ କାଦୁଅ ହେବା ସହ ଗାତ ହୋଇ ଅତ୍ୟନ୍ତ ବିପଜ୍ଜନକ ହୋଇଯାଇଛି । ଗତ ୪ ବର୍ଷ ହେବ ସ୍ଥାନୀୟ ଲୋକେ ଏସଂପର୍କରେ ସାଂସଦ ଓ ବିଧାୟକଙ୍କ ସମେତ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଅନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାଯାଇଛି ।


