ଘରଭାଙ୍ଗି ଧାନ ଖାଇଗଲା ଦନ୍ତା

ହାଟଡ଼ିହି, ,(ଯୁଗାବ୍ଦ ନ୍ୟୁଜ୍) : (ସୌମ୍ୟରଞ୍ଜନ ଆଚାର୍ଯ୍ୟ ) ହାଟଡିହି ବ୍ଲକ ସିଆଡିମାଳି ଗ୍ରାମରେ ହାତୀ ଉପଦ୍ରବ ଦେଖା ଦେଇଛି । ସନ୍ଧ୍ୟା ହେଲେ ହାତୀଟି ନିୟମିତ ବଉଳା ପାହାଡରୁ ଖସିଆସି ଗାଁ ଭିତରକୁ ପସିଆସି ଅନେକ କ୍ଷୟକ୍ଷତି ଘଟାଉଛି । ହାତୀଟି ଗତକାଲି ଶ୍ୟାମ ମାଝୀଙ୍କ ଘରକାନ୍ଥ ଭାଙ୍ଗି ଧାନଡୋଲିଟିକୁ ଶୁଣ୍ଡରେ ବାହାରକୁ ଟେକିନେଇ ଧାନ ଖାଇବା ସହ ଯାହା ରହିଲା ତାଙ୍କୁ ଛିନଛତ୍ର କରି ଫେପାଡି ଦେଇଥିଲା । ଖବରପାଇ ବଣିଆପଙ୍କ ଫରେଷ୍ଟ ବିଟର ଫରେଷ୍ଟର କେଦାର ନାୟକ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି । କ୍ଷତିଗ୍ରସ୍ଥ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ରେଞ୍ର ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ