ବିଧାୟକ ଓ ସାଂସଦଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଂଟନ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବ୍ଳକ ପରିସରରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ସାଂସଦ ଡା. ରାଜଶ୍ରୀ ମଲିକଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଂଟନ କରାଯାଇଛି । ଏହି ବ୍ଲକର ସମୁଦାୟ ୧୦ଟି ପଂଚାୟତର ୧୧୪ଜଣ ହିତାଧିକାରୀଙ୍କୁ ଉକ୍ତ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ଜଣାଯାଇଛି । ଏହି କାର୍ଯ୍ୟାଦେଶ ପ୍ରଦାନ ସମୟରେ ବିଡିଓ ରଶ୍ମିରେଖା ମଲ୍ଲିକ, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ବିପିସି ମାନସ କୁମାର ଜେନା, ଆରଏଚ ଡିଲିଙ୍ଗ ଆସିଷ୍ଟାଂଟ ସୁମିତ୍ରା ଦାସ, ବିପିଏ ଅଜିତ କୁମାର ସାହୁ ଆଦି ଉପସ୍ଥିତ ଥିଲେ ।


