ଭିଭୋ ପକ୍ଷରୁ ଏସ୍-୧ ସ୍ମାର୍ଟଫୋନ୍ ର ବିକ୍ରି ଆରମ୍ଭ
ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫା୍ଲଗସିପ୍ ସ୍ମାର୍ଟଫୋନ୍ ଏସ୍-୧ର ବିକ୍ରି ସମ୍ପର୍କରେ ଘୋଷଣା କରାଯାଇଛି । ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏଥିରେ ଫ୍ଲାଶ୍ ଇନ୍ ଡିସପ୍ଲେ ଫିଙ୍ଗର ପ୍ରିଂଟ୍ ସ୍କାନର୍, ଏଆଇ ପାୱାର ୩୨ଏମ୍ପି ସମ୍ମୁଖ କ୍ୟାମେରା ଏବଂ ଟ୍ରିପୁଲ୍, ପଛ କ୍ୟାମେରା ରହିଛି । ସ୍କାଏ ଲାଇନ୍ ବ୍ଲୁ ଏବଂ ଡାଇମଣ୍ଡ୍ ବ୍ଲାକ୍ ରଙ୍ଗରେ ଉପଲବ୍ଧ ହେଉଛି । ଏହି ସ୍ମାର୍ଟଫୋନ୍ ୪ଜିବି ରାମ୍ ଏବଂ ୧୨୮ ଜିବି ରମ୍, ୬ଜିବି ରାମ୍ ଏବଂ ୬୪ ଜିବି ରାମ୍ ତଥା ୬ଜିବି ରାମ୍ ଏବଂ ୧୨୮ ଜିବି ରମ୍ ଭ୍ୟାରିଆଂଟ୍ରେ ଉପଲବ୍ଧ ହେଉଛି । ଏହାର ମୂଲ୍ୟ ଯଥାକ୍ରମେ ୧୭,୯୯୦ଟଙ୍କା, ୧୮,୯୯୦ଟଙ୍କା ଏବଂ ୧୯,୯୯୦ଟଙ୍କା ରହିଛି । ଏହା ସମସ୍ତ ଅଫ୍ ଲାଇନ୍ ଏବଂ ଭିଭୋ ଇ-ଷ୍ଟୋର, ଆମାଜନ ଡଟ୍ ଇନ୍ ଏବଂ ଫ୍ଲିପ୍କାର୍ଟରେ ୧୪ ଅଗଷ୍ଟଠାରୁ ଉପଲବ୍ଧ ହେବ । ଏହାର ୬ଜିବି ରାମ୍ ଏବଂ ୧୨୮ ଜିବି ରମ୍ ଭ୍ୟାରିଆଂଟ୍ ଆସନ୍ତା ମାସଠାରୁ ଉପଲବ୍ଧ ହେବ । କମ୍ପାନୀର ଗ୍ରେଟର ନୋଏଡାଠାରେ ଥିବା ପ୍ଳାଂଟ୍ରେ ନିର୍ମର୍ିତ ହୋଇଛି । ସୋନୀ ଆଇଏମ୍ ଏକ୍ସ-୪୯୯ ସେନସର ଯୁକ୍ତ ୧୬ ଏମ୍ପି ପ୍ରାଇମେରୀ ପଛ କ୍ୟାମେରା ରହିଛି । ଏହା ସହିତ ୮ଏମ୍ ପି ଏଆଇ ସୁପର ୱାଇଡ୍ ଆଙେଗଲ ଲେନ୍ସ୍ ଏବଂ ୨ ଏମ୍ପି ବୋଖେ ଲେନ୍ସ ରହିଛି । ଏସ୍-୧ରେ ଅଲ୍ ନିୟୁ ମେଡିଆ ଟେକ୍ ହେଲିଓ ପି-୬୫ ଅକ୍ଟା-କୋର୍ ପ୍ରୋସେସର, ୪୫୦୦ ଏମ୍ଏଏଚ୍ ବ୍ୟାଟେରୀ, ୧୮ୱାଟ୍ ଡୁଆଲ୍ ଇଞ୍ଜିନ୍ ଫାଷ୍ଟ୍ ଚାର୍ଜିଂ ଜ୍ଞାନକୌଶଳ, ଆମେଲୋଏଡ୍ ହାଲୋ ଫୁଲ୍ ଭିୟୁ ଡିସ୍ପ୍ଲେ, ଫ୍ଲାଶ୍ ଇନ୍ ଡିସପ୍ଲେ ଫିଙ୍ଗରପ୍ରିଂଟ୍ ସ୍କାନର ଆଦି ବୈଶିଷ୍ଟ୍ୟ ରହିଛି । ଅଫ୍ ଲାଇନ୍ରେ ଏଚ୍ଡିଏଫ୍ସି କ୍ରେଡିଟ୍ କାର୍ଡ. ଡେବିଟ୍ କାର୍ଟ/ସିଡି ଲୋନ୍ ଇଏମ୍ଆଇରେ ୭.୫ % ପର୍ଯ୍ୟନ୍ତ କ୍ୟାସ୍ ବ୍ୟାକ୍ ସୁବିଧା । ଏହା ସହିତ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ପେ-ଟିମ୍ କ୍ୟାସ୍ ବ୍ୟାକ୍ କୁପନ । ଏହା ସହିତ ଜିଓର ୧୦,୦୦୦ଟଙ୍କା ମୂଲ୍ୟର ସୁବିଧା । ଏଚଡିବି ଫାଇନାନ୍ସିଆଲ୍ ସର୍ଭିର୍ସ୍. ଆଇଡିଏଫସି ଫାଷ୍ଟ ବ୍ୟାଙ୍କ, ବଜାଜ୍ ଫିନସର୍ଭ, ଏଚଡିଏଫସି ବ୍ୟାଙ୍କ ଏବଂ ହୋମ୍ କ୍ରେଡିଟ୍ ଦ୍ୱାରା ଜିରୋ ଡାଉନ୍ ପେମେଂଟ୍ରେ ଆକର୍ଷଣୀୟ ଇଏମ୍ଆଇ ସୁବିଧା । ପୁରୁଣା ମୋବାଇଲ୍ ଏକ୍ସଚେଞ୍ଜ୍ କ୍ଷେତ୍ରରେ ଅତିରିକ୍ତ ୧୦% ମୂଲ୍ୟ ଉପଲବ୍ଧ ହେବ । ଫ୍ଲିପ୍କାର୍ଟ, ଆମାଜନ, ଇ-ଷ୍ଟୋର ଆଦିରେ ନୋ କଷ୍ଟ ୯ ମାସର ଇଏମ୍ଆଇ ସୁବିଧା । ଜିଓର ୧୦,୦୦୦ଟଙ୍କା ପର୍ଯ୍ୟନ୍ତ ସୁବିଧା । ଇ-ଷ୍ଟୋରରେ୍ ଅତିରିକ୍ତ ଏଚଡିଏଫ୍ସି ଅଫର । ସେହିପରି ଏଚଡିଏଫ୍ସି କ୍ରେଡିଟ୍ କାର୍ଡ ବ୍ୟବହାରରେ ୭.୫% କ୍ୟାସ୍ ବ୍ୟାକ୍ ସୁବିଧା ଉପଲବ୍ଧ ହେଉଛି । ଏହି ଅବସରରେ ଭିଭୋ ଇଣ୍ଡିଆର ବ୍ରାଣ୍ଡ୍ ଷ୍ଟ୍ରାଟେଜି ନିର୍ଦ୍ଦେଶକ ନିପୁନ୍ ମାରୟା କହିଲେ, “ ଭିଭୋ ସାମ୍ପ୍ରତିକ କ୍ୟାମେରା ଜ୍ଞାନକୌଶଳରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବା ସହିତ କ୍ୟାମେରାର ଅଭିଜ୍ଞତାକୁ ବିଶେଷ ରୁଦ୍ଧିମନ୍ତ କରିବାକୁ ସକ୍ଷମ ହେବ । ଆମ୍ଭେ ନିଶ୍ଚିତ ଯେ, ଏସ୍-୧ ସ୍ମାର୍ଟଫୋନ୍ ନୂତନ ବେଂଚମାର୍କ ସୃଷ୍ଟି କରିବାକୁ ସକ୍ଷମ ହେବ ତଥା ଗ୍ରାହକଙ୍କ ଦ୍ୱାରା ବିଶେଷ ଆଦୃତି ଲାଭ କରିବା ସହିତ ସେଲଫି ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବ । ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା । ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ସମ୍ପ୍ରତି ଦେଶର ୨୭ ରାଜ୍ୟ ଏବଂ ୫ କେନ୍ଦ୍ର ଶାସିତ ଅଂଚଳର ୫୩୯ରୁ ଅଧିକ ସହରରେ କମ୍ପାନୀର ୫୫୦ରୁ ଅଧିକ ସର୍ଭିସ୍ ସେଂଟର ରହିଛି । ଏହା ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଭାବରେ ଖ୍ୟାତି ହାସଲ କରିଛି ।


