ରଙ୍ଗ ଦେବାବେଳେ ଲାଇନ ତାର ଲାଗି ଜଣେ ମୃତ
ଫୁଲବାଣୀ,(ସୁନୀଲ କୁମାର ବେହେରା):କରୋନା ନିୟମକୁ ଅମାନିଆ ଅବମାନନା କରି ଘରେ ରଙ୍ଗ ମାରୁଥିଲେ। କନ୍ଧମାଳ ଜିଲ୍ଲାପାଳ ଫୁଲବାଣୀ ସହରକୁ ସଟଡାଉନ ଘୋଷଣା କରିଛନ୍ତି।ଏପରିକି କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଥିବା ବେଳେ ଏହାକୁ ଅବମାନନା କରି ଘର ମାଲିକ କିପରି ରଙ୍ଗ ମରାଉଥିଲେ ବୋଲି ସ୍ଥାନୀୟ ଲୋକମାନେ କଥା ବାର୍ତା ହେଉଥିବାର ଶୁଣିବାକୁ ମିଳିଛି।ଏଭଳି ଘଟଣା କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରର ଅମଲାପଡା ଠାରେ ଜଣେ ଲୋକ ଦୁଇ ମହଲା କୋଠା ଘର କୁ ରଙ୍ଗ ଦେଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି।ମୃତ୍ୟୁବରଣ କରିଥିବା ଶ୍ରମିକ ଲାଇନପଡ଼ା ଗ୍ରାମର ରିଙ୍କୁ ବୋଲି ଶୁଣିବାକୁ ମିଳିଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ, ପୋଲିସ, ବିଦ୍ୟୁତ ବିଭାଗ ପହଞ୍ଚି ଶବ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।ପୋଲିସ ଏହାର ତଦନ୍ତ କରାଯିବା ନେଇ ସୂଚନା ଦେଇଛନ୍ତି ।


