ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ର ପ୍ରତିନିଧି ଦଳ

କଳାହାଣ୍ଡି ,(ଯୁଗାବ୍ଦ ନ୍ୟୁଜ୍): ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ନେଇ ଆଜି ଏକ ଛାତ୍ର ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳ ଡ଼ଃ ପରାଗ ହର୍ଷଦ ଗାଭାଲି ଙ୍କୁ ସାକ୍ଷାତ କରି ଉଚ୍ଚ ଶିକ୍ଷା ସଚିବ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି । ସୂଚନା ଥାଉକି, ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦଳେଇ ଚଳିତ ଶିକ୍ଷାବର୍ଷ ରୁ ସ୍ନାତକ ଓ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଙ୍କ କଲେଜ ପୋଷାକ ପରିବର୍ତ୍ତନ ର ନିଷ୍ପତ୍ତି ନେଇ ୭ଅଗଷ୍ଟ ରେ କପଡାର ନମୁନା ସହ ଏକ ନୋଟିସ ଜାରିକରିଛନ୍ତି । ହେଲେ ଏଥିପାଇଁ ଅଧ୍ୟକ୍ଷ ଇସି କମିଟି ର ଅନୁମୋଦନ , ଷ୍ଟାଫ କାଉନସିଲର ରିଜୋଲ୍ୟୁସନ କିମ୍ବା ଆଲୁମିନି ସହ ଆଲୋଚନା କରିନାହାନ୍ତି ବୋଲି ପୁରାତନ ଛାତ୍ର ସଂଘ ଅଭିଯୋଗ ଆଣିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ