କାରଗିଲ ବସ୍ତିରେ ଆୟୁର୍ବେଦ ଚାରା ରୋପଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କାରଗିଲ ବିଜୟ ଦିବସ ଉପଲକ୍ଷେ ସହିଦମାନଙ୍କ ସ୍ମୃତିରେ ଆୟୁର୍ବେଦ ଚାରା ରୋପଣ କରାଯାଇଛି । ଭାରତୀୟ ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନ(ପିଡିଏଚ୍‌ଆର୍‌ଆଇ)ର କେନ୍ଦ୍ରୀ ସମ୍ପାଦକ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ରାଜଧାନୀର କାରିଗଲ ବସ୍ତି ଓ ଟାଉନ୍ କ୍ଲବ ଖେଳ ପଡ଼ିଆରେ ଏହି ଚାରା ରୋପଣ କରାଯାଇଥିଲା । ଆମ ଦେଶରେ ପାଳିତ ହେଉଥିବା ଜାତୀୟ ପର୍ବ ମାନଙ୍କ ପରି କାରଗିଲ ଭିଜୟ ଦିବସ ପ୍ରତ୍ୟେକ ଭାରତୀୟ ପାଳନ କରନ୍ତି । କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଅମର ଯବାନଙ୍କ ସମ୍ମ।।ର୍ଥେ ଓ ବିଜୟ ଦିବସର ଇତିହାସକୁ ମନେରଖିବା ପାଇଁ ଦେଶର କୋଣ ଅନୁକୋଣର ଭାରତୀୟ ଏହି ଦିନକୁ ସ୍ମରଣ କରନ୍ତି । ଏହି ଉପଲକ୍ଷେ ସହିଦଙ୍କୁ ସ୍ମରଣ କରି ଜଳ ସଂରକ୍ଷଣ ଓ ପରିବେଶ ପାଇଁ ପିଡିଏଚ୍‌ଆର୍‌ଆଇ ପକ୍ଷରୁ ଆୟୁର୍ବେଦ ଚାରା ରୋପଣ କାର୍ଯ୍ୟ ହାତକୁ ନିଆଯାଇଥିଲା । ଏଥିରେ ଗଦାଧର ଦାସ, ପ୍ରମୋଦ ଦାସ, ନିହାରକାନ୍ତ ପଟ୍ଟନାୟକ, ଭରତ ମାଝି, ସାଉନ ହାସଦା ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ